ବ୍ରହ୍ମପୁର : ବ୍ରହ୍ମପୁର ଜିଲା ଦିଗପହଣ୍ଡି ନିକଟ ତିଳେଶ୍ୱର ରାମମନ୍ଦିର ନିକଟରେ ଅଟୋରୁ ଖସିପଡ଼ି ବୁଧବାର ଜଣେ ୫ ବର୍ଷ ଛାତ୍ରର ମୃତ୍ୟୁ ହୋଇଛି। ଉକ୍ତ ଅଟୋଟି ସ୍କୁଲ ପିଲାଙ୍କୁ ନେଇ ଦିଗପହଣ୍ଡିର ଏକ ଘରୋଇ ସ୍କୁଲକୁ ଯାଉଥିବା ବାଟରେ ଏହି ଅଘଟଣ ଘଟିଥିବା ଜଣାପଡ଼ିଛି। ଛାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଦିଗପହଣ୍ଡି ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାକୁ କେନ୍ଦ୍ର କରି ଉତ୍ତ୍ୟକ୍ତ ଲୋକେ ଦିଗପହଣ୍ଡି-ଚିକିଟି ରାସ୍ତା ଅବରୋଧ କରିଛନ୍ତି। ଓଭରଲୋଡ଼ିଂ ଅଟୋରେ ପ୍ରାୟ ୧୫ ଜଣ ପିଲା ଥିଲେ ବୋଲି ସୂଚନା ମିଳିଛି।
ଅଟୋରୁ ଖସି ୫ ବର୍ଷର ଛାତ୍ର ମୃତ, ଘଟଣାସ୍ଥଳରେ ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ
Popular Categories



