www.samajalive.in
Saturday, December 6, 2025
26.1 C
Bhubaneswar

ଭାଷଣରେ ଏମିତି କିଛି କହିଥିଲେ ଶରଜିଲ, ଯାହାକୁ ନେଇ ଅଧଘଣ୍ଟା ଭିତରେ ଜାମିଆରେ ହୋଇଗଲା ଦଙ୍ଗା

ନୂଆଦିଲ୍ଲୀ: ଦେଶ ବିରୋଧୀ ଭାଷଣ ଦେବା ଏବଂ ଜାମିଆ ଦଙ୍ଗା ମାମଲାରେ ଜବାହରଲାଲ ନେହେରୁ ବିଶ୍ଵବିଦ୍ୟାଳୟ(ଜେଏନୟୁ) ଛାତ୍ର ଶରଜିଲ ଇମାମଙ୍କୁ ପୁଲିସ ଗିରଫ କରିଛି। ଶରଜିଲ ଦିଲ୍ଲୀର ଶାହିନବାଗରେ ଭାଷଣ ଦେବା ସମୟରେ ଏମିତି କିଛି କହିଥିଲେ, ଯାହାକୁ ନେଇ ମାତ୍ର ଅଧଘଣ୍ଟା ଭିତରେ ଜାମିଆ ନଗର ଏବଂ ନ୍ୟୁ ଫ୍ରେଣ୍ଡ୍‌ସ କଲୋନୀରେ ଦଙ୍ଗା ହୋଇଯାଇଥିଲା। କିନ୍ତୁ ଶରଜିଲ ଦଙ୍ଗା ସୃଷ୍ଟି ହୋଇଥିବା ସ୍ଥାନରେ ଉପସ୍ଥିତ ନ ଥିଲେ। ଦିଲ୍ଲୀ ପୁଲିସ ଅପରାଧ ଶାଖାର ଏସଆଇଟି ପକ୍ଷରୁ ହୋଇଥିବା ତଦନ୍ତରୁ ଏହା ଜଣାପଡ଼ିଛି। ଏସଆଇଟି ଶରଜିଲଙ୍କୁ ଗୋଟିଏ ଦିନ ପାଇଁ ପୁଲିସ ରିମାଣ୍ଡରେ ନେଇଥିଲା ଏବଂ ଜାମିଆ ନଗର ଦଙ୍ଗା ପଛରେ ତାଙ୍କର ଭୂମିକା ସାମ୍ନାକୁ ଆସିବା ପରେ ସୋମବାର ତାଙ୍କୁ ଗିରଫ କରାଯାଇଥିଲା।

ଏସଆଇଟିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ, ଶରଜିଲ ଜାମିଆ ନଗର ପରେ ଡିସେମ୍ବର ୧୫ ତାରିଖ ଦ୍ବିପ୍ରହରରେ ଶାହିନବାଗରେ ଭାଷଣ ଦେଇଥିଲେ। ଏହି ସମୟରେ ସେ ଉତ୍ତେଜନା ସୃଷ୍ଟିକାରୀ ଶବ୍ଦ ପ୍ରୟୋଗ କରିଥିଲେ। ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ସମସ୍ତ ପ୍ରମୁଖ ରାସ୍ତାଗୁଡ଼ିକୁ ବନ୍ଦ କରିଦେବା ସହିତ ଗୁରୁତ୍ଵପୂର୍ଣ୍ଣ ଛକଗୁଡ଼ିକୁ ଜାମ୍‌ କରିଦେଇ ଭଙ୍ଗା ରୁଜା କରିବାକୁ ଶରଜିଲ ଆନ୍ଦୋଳନକାରୀଙ୍କୁ ଉସୁକାଇଥିଲେ। ଏହା ସହିତ ସେ ଏଠାରେ ଆସାମ ଭାରତରୁ ଅଲଗା ହେବା କଥା ବି କହିଥିଲେ। ଏହା ପରେ ଶାହିନବାଗରୁ ବହୁ ସଂଖ୍ୟକ ଆନ୍ଦୋଳନକାରୀ ଜାମିଆ ନଗରରେ ପହଞ୍ଚିଥିଲେ ଏବଂ ସେଠାରେ ଦଙ୍ଗା ଆରମ୍ଭ କରିଦେଇଥିଲେ। ଶରଜିଲ ଶାହିନବାଗରେ ଉପସ୍ଥିତ ଥିଲେ ଏବଂ ରାତି ପ୍ରାୟ ୧୧ଟା ପରେ ଜେଏନୟୁ ଚାଲିଯାଇଥିଲେ। ତେବେ ଜାମିଆ ନଗର ଏବଂ ଶାହିନବାଗରେ ଭାଷଣ ଦେବା ଲାଗି ଶରଜିଲଙ୍କୁ କେହି ଡକାଇ ନ ଥିଲେ ବୋଲି ଏସଆଇଟି ପକ୍ଷରୁ କୁହାଯାଇଛି।

Hot this week

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

Related Articles

Popular Categories