www.samajalive.in
Saturday, December 6, 2025
19.1 C
Bhubaneswar

ଚୀନ ସ୍ଥିତି ଭୟଙ୍କର: କରୋନା ମୃତ୍ୟୁ ସଂଖ୍ୟା ୨ ହଜାର ଟପିଲା, ଆଗକୁ ଔଷଧ ସଙ୍କଟ ଆଶଙ୍କା

ବେଜିଂ/ନୂଆଦିଲ୍ଲୀ: ଚୀନରେ ପ୍ରାଣଘାତୀ ‘କରୋନା’ ଭୂତାଣୁ ଯୋଗୁ ସ୍ଥିତି ଦିନକୁ ଦିନ ଅଧିକ ଭୟଙ୍କର ହେବାରେ ଲାଗିଛି। ମହାମାରୀ ରୂପ ନେଇ ସାରିଥିବା କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇ ୨୦୦୫ ଜଣଙ୍କ ମୃତ୍ୟୁ ଘଟି ସାରିଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୭୪ ହଜାର ୧୮୬ରେ ପହଞ୍ଚିଛି। ପ୍ରତିଦିନ ୨ରୁ ୩ ହଜାର ନୂଆ ଆକ୍ରାନ୍ତ ଚିହ୍ନଟ ହେଉଥିବାବେଳେ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଅଳ୍ପ କିଛିଦିନ ଭିତରେ ଯଦି ଏହି ଭୂତାଣୁ ରୋକା ନ ଯାଏ ତେବେ ଦେଶରେ ଏହାର ଚିକିତ୍ସା ପାଇଁ ଔଷଧ ସଙ୍କଟ ସୃଷ୍ଟି ହେବା ଆଶଙ୍କା ଉପୁଜିଛି।

ଔଷଧ କମ୍ପାନୀ ଜାୟଡସ ଗ୍ରୁପ୍‌ର ଅଧ୍ୟକ୍ଷ ପଙ୍କଜ ପଟେଲ କହିଛନ୍ତି ଯେ, ଚୀନରେ କରୋନା ଭୂତାଣୁ ସ୍ଥିତି ଯଦି ଖୁବ୍‌ଶୀଘ୍ର ନ ସୁଧୁରେ, ତେବେ ଔଷଧରେ ବ୍ୟବହୃତ ହେଉଥିବା ପ୍ରମୁଖ ରସାୟନିକ ପଦାର୍ଥଗୁଡ଼ିକର ମୂଲ୍ୟ ବୃଦ୍ଧି ହୋଇପାରେ। ଚୀନ ବ୍ୟବହାର କରୁଥିବା ଔଷଧଗୁଡ଼ିକ ମଧ୍ୟରୁ ପ୍ରାୟ ୬୭% ଔଷଧ ଆମଦାନୀ କରୁଛି।

- Advertisement -

ତେବେ ଚୀନରେ ବିଦେଶରୁ ଔଷଧ ଆମଦାନୀ କରୁଥିବାବେଳେ ବର୍ତ୍ତମାନ କରୋନା ଯୋଗୁ ଅନ୍ୟ ଦେଶଗୁଡ଼ିକରୁ ଉକ୍ତ ଦେଶକୁ ସମସ୍ତ ପ୍ରକାର ଯୋଗାଣ ବ୍ୟବସ୍ଥା ବନ୍ଦ ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବାରୁ ଏହାର ଚିକିତ୍ସା ପାଇଁ ଦରକାର ପଡ଼ୁଥିବା ଔଷଧର ଅଭାବ ପରିଲକ୍ଷିତ ହେବା ଆଶଙ୍କା ସୃଷ୍ଟି ହୋଇଛି।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories