www.samajalive.in
Saturday, December 6, 2025
23.1 C
Bhubaneswar

ଶ୍ରୀମତୀ ସୁନ୍ଦରୀ ପ୍ରତିଯୋଗିତାରେ ବ୍ରହ୍ମପୁରର ରାମେଶ୍ୱରୀ ଫାଇନାଲିଷ୍ଟ

ବ୍ରହ୍ମପୁର: ମୁମ୍ବଇ ଗ୍ଲୋବାଲ ଇଣ୍ଡିଆ ୨୦୨୦ ତରଫରୁ ହୋଇଥିବା ମିସେସ ଗ୍ଲୋବାଲ ଇଣ୍ଡିଆ ୨୦୨୦ ସିଜନ ୩ ଜାତୀୟ ସ୍ତରୀୟ ସୁନ୍ଦରୀ ପ୍ରତିଯୋଗିତାରେ ଓଡ଼ିଶାର ବ୍ରହ୍ମପୁରର ରାମେଶ୍ୱରୀ ନନ୍ଦ ଫାଇନାଲିଷ୍ଟ ଭାବେ ମନୋନୀତ ହୋଇଛନ୍ତି। ଓଡିଶାରୁ ସେ କେବଳ ଜଣେ ହିଁ ମନୋନୀତ ହୋଇଛନ୍ତି। ଗୋଟିଏ ପରେ ଗୋଟିଏ ରାଉଣ୍ଡରେ ନିଜର ପ୍ରତିଭା ଓ ଦକ୍ଷତାର ପ୍ରମାଣ ପ୍ରତିପାଦନ କରି ରାମେଶ୍ବରୀ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି। ସୁନ୍ଦର ଚେହେରା ସାଙ୍ଗକୁ ବେଶଭୂଷା ଓ ନିଜର ବୁଦ୍ଧିମତୀ ର ନିଆରା ଶୈଳୀ ଦୃଷ୍ଟିରୁ ସେ ବେଶ୍ ପ୍ରଶଂସାର ପାତ୍ର ହେବାସହ ଏଭଳି ଏକ ଜାତୀୟ ସ୍ତରୀୟ ପ୍ରତିଯୋଗିତାରେ ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି। ଏହି ପ୍ରତିଯୋଗିତାରେ ଥିବା ଜର୍ଜ ମାନେ ରାମେଶ୍ବରୀଙ୍କ ନିଆରା ଷ୍ଟାଇଲ୍ ପାଇଁ ଉଚ୍ଚ ପ୍ରଶଂସା କରିଥିବା ଜଣାପଡିଛି। ଏହାର ଫାଇନାଲ ରାଉଣ୍ଡ ଡିସେମ୍ବରରେ ହେବ ବୋଲି ସୂଚନା ମିଳିଛି। ରାମେଶ୍ୱରୀ ବ୍ରହ୍ମପୁର ସ୍ଥିତ MAV SCHOOLରେ ଶିକ୍ଷୟିତ୍ରୀ ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି କଳାଞ୍ଜଳି ଅନୁଷ୍ଠାନର ସମ୍ପାଦିକା ଅଟନ୍ତି। ସେ ପୂର୍ବରୁ ସହରର ବିଭିନ୍ନ କାର୍ଯ୍ୟକ୍ରମରେ ତଥା ରଜ କୁଇନ ୨୦୧୯, ସ୍ୱୟଂସିଧା, ଶ୍ରେଷ୍ଠ ଶିକ୍ଷୟିତ୍ରୀ, ୟଙ୍ଗ ଆଚିଭର ଆୱାର୍ଡ ସହ ବିଭିନ୍ନ ସମ୍ମାନରେ ସମ୍ମାନିତ ହୋଇଛନ୍ତି।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories