www.samajalive.in
Saturday, December 6, 2025
14.1 C
Bhubaneswar

ଭିମସାର: କୋଭିଡ଼ ରୋଗୀଙ୍କ ପୁଣି ହେବନି କରୋନା ପରୀକ୍ଷା

ବୁର୍ଲା : ଭିମସାର ହସ୍ପିଟାଲରେ କୋଭିଡ ରୋଗୀଙ୍କ ପାଇଁ ନୂଆଁ ନିୟମ ପ୍ରଣୟନ କରାଯାଇଛି। କୋଭିଡ ରୋଗୀ ସୁସ୍ଥତା ଲାଭ କରିବା ପରେ ସିଧାସଳଖ ଭାବରେ ଘରକୁ ଯିବେ। ଦ୍ୱିତୀୟ ଥର କୋଭିଡ ପରିକ୍ଷା କରାଯିବ ନାହିଁ ବୋଲି ଭିମସାର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ କୋଭିଡ ରୋଗୀ ହସ୍ପିଟାଲରେ ଭର୍ତ୍ତି ହେବା ପରେ କିଛି ଦିନ ଚିକିତ୍ସା ପ୍ରଦାନ ପରେ ପୁଣି କୋଭିଡ ପରିକ୍ଷା କରାଯାଉଥିଲା। କୋଭିଡ ରିପୋର୍ଟ ନେଗେଟିଭ ଆସିବା ପରେ ଘରକୁ ଯାଉଥିଲେ। ମାତ୍ର ବର୍ତ୍ତମାନ ନିଷ୍ପତ୍ତିକୁ ବଦଳାଇ ଦିଆଯାଇଛି। କୋଭିଡ ରୋଗଙ୍କୁ ଚିକିତ୍ସା ପ୍ରଦାନ କରି ସେ ସୁସ୍ଥତା ଅନୁଭବ କଲେ ତାଙ୍କୁ ଭିମସାର ଡାକ୍ତର ଘରକୁ ଯିବାକୁ ଅନୁମତି ଦେବେ। ଏଣୁ ଏଣିକି ଦ୍ୱିତୀୟ ଥର ସ୍ୱାବ ପରୀରିକ୍ଷା କରାଯିବ ନାହିଁ। ତେବେ ଉକ୍ତ ରୋଗୀ ପୁଣି ଯଦି କିଛିଦିନ ପରେ ଅସୁସ୍ଥତା ଅନୁଭବ କରନ୍ତି ଏବଂ ହସ୍ପିଟାଲକୁ ଆସନ୍ତି ତେବେ ତାଙ୍କ କୋଭିଡ ପରୀକ୍ଷା ପ୍ରକ୍ରିୟା ଅନୁସରଣ କରାଯିବ ବୋଲି ଭିମସାର କର୍ତ୍ତୃପକ୍ଷ କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories