www.samajalive.in
Tuesday, December 9, 2025
26.1 C
Bhubaneswar

ଋଷିକୂଲ୍ୟା ନଦୀକୁ ବାଲି ମାଫିଆଙ୍କ କବଳରୁ ରକ୍ଷା କରିବାକୁ ଦାବି

ସମାଜ ଡିଜିଟାଲ ଡେସ୍କ : ଗଞ୍ଜାମ ଜିଲ୍ଲାର ଅନ୍ୟତମ ଜୀବନରେଖା ଭାବେ ବିବେଚିତ ଋଷିକୂଲ୍ୟା ନଦୀକୁ ବାଲି ମାଫିଆମାନଙ୍କ କବଳରୁ ରକ୍ଷା କରିବାକୁ ଲୋକଶକ୍ତି ଅଭିଯାନ ଓ ସେଣ୍ଟର ଫର କ୍ଳାଇମେଟ ଜଷ୍ଟିସର ଆବାହକ ପ୍ରଫୁଲ୍ଲ ସାମନ୍ତରା ସରକାରଙ୍କ ନିକଟରେ ଦାବି କରିଛନ୍ତି। ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାମନ୍ତରା ବାଲି ମାଫିଆମାନଙ୍କ ଦୌରାତ୍ମ୍ୟ ଯୋଗୁଁଁ ନଦୀକୂଳିଆ ଗ୍ରାମବାସୀମାନଙ୍କ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ଏବଂ ବାଲି କାଢି ନିଆଯିବା ଦ୍ୱାରା ଋଷିକୂଲ୍ୟା ନଦୀପଠାରେ ଥିବା ଦୁଇଟି ଜଳ ଉତ୍ତୋଳନ ପଏଣ୍ଟ ଯୋଗେ ଉପଲବ୍ଧ ଜଳ ଲୁଣିଆ ହୋଇଥିବା ସେ ଅଭିଯୋଗ କରିଛନ୍ତି। ଋଷିକୁଲ୍ୟା ନଦୀ ନିକଟ ଗଞ୍ଜାମ ଜିଲ୍ଲାର ପାଣ୍ଡିଆ, ବାଲିଆ, କଲ୍ୟାଣପୁର, ହଂସପୁର, ବଡ଼ମାଧପୁର ଇତ୍ୟାଦି ବାଲିଘାଟର ଲିଜ ଧାରକମାନେ ମାଫିଆ ନିୟୋଜିତ କରିଥିବାରୁ ବାଲି ଚୋରା ଚାଲାଣ ଓ ଅସାମାଜିକ କାର୍ଯ୍ୟ କଳାପକୁ ସ୍ଥାନୀୟ ଲୋକ ପ୍ରତିବାଦ କରିବା ବିପଦପୂର୍ଣ୍ଣ ହୋଇଛି। ଏଣୁ ରାଜ୍ୟ ସରକାର ଜିଲ୍ଲା ପ୍ରଶାସନ ଓ ପୁଲିସ ବିଭାଗର ସମନ୍ୱୟରେ ଏକ ଟାସ୍କଫୋର୍ସ ଗଠନ କରି ପରିସ୍ଥିତି ନିୟନ୍ତ୍ରଣ କରିବା ଏବଂ ସିସିଟିଭି କ୍ୟାମେରା ବ୍ୟବସ୍ଥା କରି ବାଲି ଚୋରା ଚାଲାଣ ରୋକିବାକୁ ସେ ସରକାରଙ୍କଠାରେ ଦାବି କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଜାତୀୟ ସବୁଜ ପ୍ରାଧିକରଣଙ୍କ କଟକଣା ପ୍ରତି ମଧ୍ୟ ରାଜ୍ୟ ସରକାର ଯତ୍ନବାନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories