www.samajalive.in
Saturday, December 6, 2025
15.1 C
Bhubaneswar

ଜଳଖିଆ ଖାଉଥିଲେ ସୁନା ବ୍ୟବସାୟୀ; ଲୁଟେରା ଲୁଟିନେଲେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଭର୍ତ୍ତି ବ୍ୟାଗ୍..

ବ୍ରହ୍ମପୁର : ବ୍ୟବସାୟୀଙ୍କ ଠାରୁ ଅଳଙ୍କାର ବ୍ୟାଗ୍ ଲୁଟି ନେଲେ ଦୁର୍ବୃତ୍ତ। ଚମାଖଣ୍ଡି ଥାନା ନରେନ୍ଦ୍ରପୁର ଛକରେ ଏହି ଲୁଟ୍ ହୋଇଥିବା ଘଟଣା ବୁଧବାର ସାମ୍ନାକୁ ଆସିଛି। ଲୁଟ୍ ସୁନା ଓ ରୁପା ଅଳଙ୍କାର ମୂଲ୍ୟ ପ୍ରାୟ ୭ ଲକ୍ଷ ହେବ। ବାଇକ ରଖି ଜଳଖିଆ ଦୋକାନରେ ଖାଉଥିବା ବେଳେ ବ୍ୟବସାୟୀ ଜଣକ ଲୁଟର ଶିକାର ହୋଇଛନ୍ତି।
ସୂଚନାନୁଯାୟୀ, ବ୍ୟବସାୟୀ ଜଣକ ନିଜ ସ୍କୁଟିରେ ଏକ ବ୍ୟାଗରେ ପ୍ରାୟ ୧୫ କେଜି ରୁପା, ସୁନା ୧୫୦ ଗ୍ରାମ ଧରି ଦୋକାନକୁ ନେଉଥିଲେ। ନରେନ୍ଦ୍ରପୁର ଗ୍ରାମ ନିକଟସ୍ଥ କୁଶସ୍ଥଳୀ ଛକ ଠାରେ ଅଳଙ୍କାର ବ୍ୟାଗକୁ ସ୍କୁଟରେ ରଖି ଜଳଖିଆ ଖାଇବାକୁ ଯିବା ସମୟରେ ହଠାତ୍ ଦୁଇ ଜଣ ଯୁବକ ଏକ ବାଇକରେ ଆସି ସ୍କୁଟିରୁ ଅଳଙ୍କାର ବ୍ୟାଗ ଲୁଟ୍ କରି ଚମ୍ପଟ ମାରି ଥିଲେ। ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଉକ୍ତ ଅଞ୍ଚଳରେ ଥିବା ସିସିଟିଭି ଯାଞ୍ଚ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

୧୨ ବର୍ଷ ପରେ କୁବେର ଯୋଗ; ୨୦୨୫ ପର୍ଯ୍ୟନ୍ତ ଏହି ରାଶିଙ୍କ ଉପରେ ହେବ ଧନବର୍ଷା..

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories