www.samajalive.in
Saturday, December 6, 2025
16.1 C
Bhubaneswar

କଂଗ୍ରେସ ଗଢିଲା ଟିମ, ବ୍ରହ୍ମପୁର ସଭାପତି ହେଲେ ସୁଜୟ

ଵ୍ରହ୍ମପୁର: ଵ୍ରହ୍ମପୁର ମହାନଗର କଂଗ୍ରେସର ନୂତନ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଵ୍ରହ୍ମପୁରର ଯୁବନେତା ସୁଜୟ କୁମାର ଆଚାର୍ୟ୍ୟ। ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ଘୋଷଣା କରାଯିବା ସହ ସୁଜୟଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ନୂତନ ଦାୟିତ୍ୱ ମିଳିବା ପରେ ସେ ଖୁସି ବ୍ୟକ୍ତ କରିଥିବା କହିବା ସହ ଆଗାମୀ ଦିନରେ ତୃଣମୂଳ ସ୍ତରରୁ କଂଗ୍ରେସକୁ କିଭଳି ସୁଦୃଡ଼ କରାଯିବା ସହ କଂଗ୍ରେସ ସରକାର ଅମଳରେ ହୋଇଥିବା ସମସ୍ତ ଜନମଙ୍ଗଳ କାର୍ୟ୍ୟକୁ ନେଇ କଂଗ୍ରେସ ସହରର ସମସ୍ତ ୱାର୍ଡ ସ୍ତରର ଜନ ସାଧାରଣଙ୍କ ନିକଟରେ ପହଞ୍ଚିବ ବୋଲି ନୂତନ ଭାବେ ମହାନଗର କଂଗ୍ରେସ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସୁଜୟ ନିଜର ମତ ପ୍ରକାଶ କରିଛନ୍ତି।

ସେହିପରି ଵ୍ରହ୍ମପୁର ଲୋକସଭା ଅନ୍ତର୍ଗତ ଏନଏସି, ମ୍ୟୁନିସିପାଲଟି, ବିଜ୍ଞାପିତ ପରିଷଦର, ବ୍ଲକ ସଭାପତିଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ଗୋପଲପୁର ଏନଏସି ସଭାପତି ଭାବେ ଏମ. ଚନ୍ଦ୍ର ଶେଖର, ରଙ୍ଗେଇଲୁଣ୍ଡା ବ୍ଲକ ସଭାପତି ଭାବେ ସୁନୀଲ କୁମାର ସାହୁ, ଛାତ୍ରପୁର ବ୍ଲକ ସଭାପତି ଭାବେ ଅବନୀ କୁମାର ଶତପଥୀ, ଛତ୍ରପୁର ଏନଏସି ସଭାପତି ଭାବେ ଜଲାଲ ଖାନ, ଗଞ୍ଜାମ ବ୍ଲକ ସଭାପତି ଭାବେ ଏନ. ଗଣେଶ୍ୱର ରେଡ୍ଡୀ, ଦିଗପହଣ୍ଡି ବ୍ଲକ ସଭାପତି ଭାବେ ଅଭିମନ୍ୟୁ ଜାନି, ଦିଗପହଣ୍ଡି ଏନଏସି ସଭାପତି ଭାବେ ଦୀପକ କୁମାର ମିଶ୍ର, ଚିକିଟି ବ୍ଲକ ସଭାପତି ଭାବେ କ୍ଷାମା ସାଗର ମହାରଣା, ଚିକିଟି ଏନଏସି ସଭାପତି ଭାବେ ମୋନଜ କୁମାର ସାହୁ, ପାତ୍ରପୁର ବ୍ଲକ ସଭାପତି ଭାବେ ସରୋଜ କୁମାର ଦୋରା, ଭଞ୍ଜନଗର ବ୍ଲକ ସଭାପତି ଭାବେ କୃଷ୍ଣ ବିଷୋୟୀ, ଭଞ୍ଜନଗର ଏନଏସି ସଭାପତି ଭାବେ ସୁକାନ୍ତ କୁମାର ଦିଗାଲ, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ଭାବେ ବିଦ୍ୟାଧର ପ୍ରଧାନଙ୍କୁ ନୂତନ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି। ଵ୍ରହ୍ମପୁର ଲୋକସଭା ର ବିଭିନ୍ନ ଅଂଚଳରେ ନୁତନ ଭାବେ କଂଗ୍ରେସ ଦାୟିତ୍ୱ ହତେଇଥିବା ସମସ୍ତ କର୍ମକର୍ତା କଂଗ୍ରେସ ରାଜ୍ୟ ସଭାପତି ନିରଂଜନ ପଟ୍ଟନାୟକ ଓ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନାଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି।

Hot this week

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

Related Articles

Popular Categories