www.samajalive.in
Saturday, December 6, 2025
19.1 C
Bhubaneswar

ଘିଅ ମସଲା ଚିକେନ

ଆବଶ୍ୟକ ସାମଗ୍ରୀ
ଚିକେନ – ୫୦୦ ଗ୍ରାମ
କଟା ପିଆଜ – ୩ଟି
ଆଲମଣ୍ଡ – ୫୦ ଗ୍ରାମ
ଦହି – ୧କପ
ଘିଅ – ୧କପ
ଅଦା ରସୁଣ ବଟା – ୨ଚାମଚ
କଟା ଅଦା – ଅଳ୍ପ
କଞ୍ଚା ଲଙ୍କା – ୨ଟି
ଲଙ୍କା ଗୁଣ୍ଡ – ୧ଚାମଚ
ହଳଦୀ ଗୁଣ୍ଡ – ଅଳ୍ପ
କସ୍ତୁରୀ ମେଥି – ଅଳ୍ପ
ଗୋଟା ଧନିଆ
ଗୋଲମରିଚ – ଅଳ୍ପ
ଲବଙ୍ଗ – ଅଳ୍ପ
ଜିରା – ଅଳ୍ପ
ଶୁଖିଲା ଲଙ୍କା – ୩ଟି
ଲୁଣ – ଆବଶ୍ୟକ ପରିମାଣରେ
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ଚିକେନକୁ ଭଲ ଭାବେ ଧୋଇ ଏଥିରେ ଦହି, ହଳଦୀ ଗୁଣ୍ଡ, ଅଳ୍ପ ଲୁଣ, ଲଙ୍କା ଗୁଣ୍ଡ, ଅଦା ରସୁଣ ବଟା ଗୋଳାଇ ରଖନ୍ତୁ। ଏବେ ଗ୍ୟାସ ଲଗାଇ କଡ଼େଇରେ ଆଲମଣ୍ଡ, ଶୁଖିଲା ଲଙ୍କା, ଧନିଆ, ଜିରା, ଲବଙ୍ଗ, ଗୋଲମରିଚକୁ ଭାଜି ଦିଅନ୍ତୁ। ଭାଜିବା ପରେ ଏହାକୁ ପେଷି ମସଲା ପ୍ରସ୍ତୁତ କରି ରଖନ୍ତୁ। ପୁଣି ଗ୍ୟାସରେ ଆଉ ଏକ କଡ଼େଇ ବସାଇ ଘିଅ ଗରମ କରନ୍ତୁ। ଘିଅ ଗରମ ହେବା ପରେ ଏଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଭାଜି ହେଲେ ଏହାକୁ ଏକ ପାତ୍ରକୁ କାଢି ରଖନ୍ତୁ। ଏବେ ସେହି ଗରମ ଘିଅରେ ଚିକେନକୁ ପକାଇ ଭାଜନ୍ତୁ। ଚିକେନ ଭଲ ଭାବେ ଭାଜି ହୋଇଗଲେ ଏଥିରେ ଗୁଣ୍ଡ କରି ରଖିଥିବା ମସଲାକୁ ପକାଇ କଷନ୍ତୁ। କଷି ହେବା ପରେ ଭାଜି ରଖିଥିବା ପିଆଜ, ଲୁଣ, ଦହି,  ପକାଇ ୧କପ ପାଣି ଦେଇ ୫ ମିନିଟ ଫୁଟାନ୍ତୁ। ପ୍ରସ୍ତୁତ ହୋଇଗଲା ଘିଅ ମସଲା ଚିକେନ। ଏହା ପରେ ଏହାକୁ ଏକ ପାତ୍ରକୁ କାଢି ଗରମାଗରମ ଖାଆନ୍ତୁ ଓ ମଜା ନିଅନ୍ତୁ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories