ବେଙ୍ଗାଲୁରୁ: କର୍ଣ୍ଣାଟକ ପୁଲିସ ତେଲେଙ୍ଗାନାରେ ଜଣେ ବ୍ୟବସାୟୀଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାଶ କରିଛି । ବ୍ୟକ୍ତିଙ୍କର ଜଳାଯାଇଥିବା ମୃତଦେହ କୋଡାଗୁ ଜିଲାର ଏକ କଫି ଇଷ୍ଟେଟ୍ରେ ମିଳିଥିଲା। ପୁଲିସ ଏହି ଘଟଣାରେ ବ୍ୟବସାୟୀଙ୍କ ୨ୟ ପତ୍ନୀ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ ଜାରି ରଖିଛି। ତଦନ୍ତ ପରେ ଜଣାପଡିଥିଲା, ମହିଳା ଜଣକ ୮ କୋଟି ଟଙ୍କା ସମ୍ପତ୍ତି ହଡପ କରିବା ପାଇଁ ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଥିଲେ ।
କେବେ ଦେଖିନଥିବେ ଏମିତି ପ୍ରେମ କାହାଣୀ, ଭିଡିଓରେ ଦେଖନ୍ତୁ, ଗାଡି ପଛେ ପଛେ ଦୌଡି ଦୌଡି ଗଲା ଷଣ୍ଢ, ଆଉ ତା’ପରେ..
ପୁଲିସ କହିବାନୁଯାୟୀ, ମହିଳା ଜଣକ ସ୍ୱାମୀଙ୍କୁ ହତ୍ୟା କରିବା ପରେ ତାଙ୍କ ମୃତଦେହକୁ ୮୪୦ କିଲୋମିଟର ଦୂର କୋଡାଗୁରେ ପୋଡି ଦେଇଥିଲେ। ସିସିଟିଭି ଫୁଟେଜ୍ ଓ ଗାଡିର ରେଜିଷ୍ଟ୍ରେସନ୍ ସାହାଯ୍ୟରେ ମାମଲାର ପର୍ଦ୍ଦାଫାଶ କରାଯାଇଛି ।
ଅକ୍ଟୋବର ୮ରେ କୋଡାଗୁରେ ଏକ କଫି ଇଷ୍ଟେଟ୍ରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ମିଳିବା ପରେ କର୍ଣ୍ଣାଟକ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା । ମୃତକ ୫୪ ବର୍ଷୀୟ ବ୍ୟବସାୟୀ ରମେଶ ବୋଲି ଜଣାପଡିଥିଲା । ଏହି ଘଟଣାକୁ ୧୬ ଅଧିକାରୀ ଓ ୪ ସ୍ୱତନ୍ତ୍ର ଟିମ୍ ତଦନ୍ତ ଆରମ୍ଭ କରିଥିଲେ। ତଦନ୍ତକାରୀ ହଜାର ହଜାର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲେ । ମୃତକଙ୍କ ପତ୍ନୀ ତଦନ୍ତ ସମୟରେ ନିଜ ଅପରାଧ ସ୍ୱୀକାର କରିଥିଲେ। କାହାକୁ ସନ୍ଦେହ ନହେବା ପାଇଁ ଥାନାରେ ସ୍ୱାମୀ ନିଖୋଜ ନେଇ ମଧ୍ୟ ମାମଲା ରୁଜୁ କରିଥିଲେ ।
୫୦୦ ବର୍ଷ ପରେ ଦୀପାବଳିରେ ଅଦ୍ଭୁତ ସଂଯୋଗ, ଏହି ରାଶି ହେବେ ଭାଗ୍ୟଶାଳୀ, ହଠାତ୍ ମିଳିବ ଧନ..



