www.samajalive.in
Saturday, December 6, 2025
14.1 C
Bhubaneswar

ଖାମେନେଇଙ୍କ ଆକାଉଣ୍ଟ ବନ୍ଦ କଲା ଏକ୍ସ

ସମାଜ ଡିଜିଟାଲ ଡେସ୍କ: ଇରାନର ସୁପ୍ରିମ ନେତା ଅଲି ଖାମେନେଇଙ୍କ ହବ୍ର୍ୟୁ ଆକାଉଣ୍ଟକୁ ସସ୍‌ପେଣ୍ଡ କରିଛି ଏକ୍ସ। ସାମାଜିକ  ଗଣମାଧ୍ୟରେ ଖାମେନେଇ ହବ୍ର୍ୟୁ ଭାଷାରେ ଏକ ଏକ୍ସ(ପୂର୍ବରୁ ଟ୍ବିଟର) ଆକାଉଣ୍ଟ ଖୋଲିଥିଲେ। ସଙ୍ଗେ ସଙ୍ଗେ ତାଙ୍କ ଅନୁଗାମୀ ସଂଖ୍ୟା ୧୦ ହଜାର ଅତିକ୍ରମ କରିଯାଇଥିଲା। ହେଲେ ଆକାଉଣ୍ଟ ଖୋଲିବାର ଦିନକ ପରେ ଏକ୍ସ ପକ୍ଷରୁ ତାହାକୁ ବନ୍ଦ କରିଦିଆଯାଇଛି। ଖାମେନେଇ ଆକାଉଣ୍ଟ ଖୋଲିବା ପରେ ପ୍ରଥମ ପୋଷ୍ଟ ମଧ୍ୟ କରିଥିଲେ। ହବ୍ର୍ୟୁ ଭାଷାରେ ସେ ଇସ୍ରାଏଲ ଉଦ୍ଦେଶ୍ୟରେ ଉକ୍ତ ପୋଷ୍ଟ କରିଥିଲେ। ଇସ୍ରାଏଲର ଆକ୍ରମଣ ପରେ ଖାମେନେଇ ଲେଖିଥିଲେ, ଜୋନିଷ୍ଟ ରିଜାଇମ୍‌ ଇରାନ ସଂକ୍ରାନ୍ତରେ ଭୁଲ ଆକଳନ କରିବା ସହିତ ଏକ ଭୁଲ ପଦକ୍ଷେପ ନେଲା। ଆମେ ଇରାନର ଶକ୍ତି ଏବଂ ଦକ୍ଷତା କ’ଣ ତାହା ଦେଖାଇଦେବୁ। ଏହି ପୋଷ୍ଟ ପରେ ଏକ୍ସ ପକ୍ଷରୁ ଏକ ନୋଟିସ ଦିଆଯାଇ ଏକ୍ସ’ର ନିୟମ ଉଲ୍ଲଂଘନ କରିଥିବାରୁ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଥିବା କୁହାଯାଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories