www.samajalive.in
Wednesday, December 10, 2025
23.1 C
Bhubaneswar

ମୋବାଇଲ୍‌ରେ ଲାଉଡସ୍ପିକରରେ କଥା ହେଲେନି ସ୍ତ୍ରୀ, ତଣ୍ଟି ଚିପି ଦେଲେ ସ୍ୱାମୀ

ବେଙ୍ଗାଲୁରୁ : ମୋବାଇଲ୍‌ରେ ଲାଉଡସ୍ପିକରରେ କଥା ହେବାକୁ ନେଇ ବିବାଦ ବଢିବା ପରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛନ୍ତି। ଘଟଣା ସାମ୍ନାକୁ ଆସିବା ପରେ ପୁଲିସ ୪୩ ବର୍ଷୀୟ ବେଙ୍ଗାଲୁରୁ ନିବାସୀ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।
ରିପୋର୍ଟ ଅନୁସାରେ ଅଭିଯୁକ୍ତ ଲୋକେଶ କୁମାର ଗହଲୋତ ରାଜସ୍ଥାନର ଏକ ଛୋଟ ଫଟୋ ଷ୍ଟୁଡିଓର ମାଲିକ ବୋଲି ଜଣାପଡିଛି। ସେ ନିଜ ସ୍ତ୍ରୀ ନମିତା ସାହୁଙ୍କ ସହ ଫୋନ୍‌ରେ ଲାଉଡ୍‌ସ୍ପିକରରେ କଥା ହେବାକୁ ନେଇ କଳହ ହୋଇଥିଲା । ମାମଲା ଧିରେ ଧିରେ ବଢିବା ପରେ କ୍ରୋଧରେ ଆସି ନମିତାଙ୍କ ଉପରେ ଆକ୍ରମଣ କରିବା ସହ ତଣ୍ଟି ଚିପି ହତ୍ୟା କରିଥିଲେ । ଏହାପରେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ଘର ମାଲିକଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ପୁଲିସ ତନାଘନା ପରେ ଲୋକେଶଙ୍କୁ ଗିରଫ କରିଥିଲା । ଘଟଣାର ତଦନ୍ତ ଜାରି ରହିଛି। ଦୀର୍ଘ ଦିନରୁ ଦମ୍ପତିଙ୍କ ମଧ୍ୟରେ ବିବାଦ ଚାଲୁ ରହିଥିବା ବେଳେ ଉଭୟଙ୍କର ୫ ବର୍ଷ ପୂର୍ବେ ବିବାହ ହୋଇଥିଲା।

ଆଖୁରସ ପିଇବା ପସନ୍ଦ କି? ଥରେ ନଜର ପକାନ୍ତୁ ଏହି ଭିଡିଓରେ..

Hot this week

ଆଉ ୨୪ ଘଣ୍ଟା ବଢିଲା ଇଣ୍ଟରନେଟ୍‌ କଟକଣା

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଆଉ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା...

ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ଉପରେ ସମୀକ୍ଷା

ଭୁବନେଶ୍ୱର: ଖାରବେଳ ଭବନରେ ଗଙ୍ଗୁଆ ନଳା ଉନ୍ନତି ପ୍ରକଳ୍ପ ସମ୍ବନ୍ଧୀୟ ଏକ...

ଅନିଲ ଅମ୍ବାନୀଙ୍କ ପୁଅ ବିରୋଧରେ ମାମଲା

ନୂଆଦିଲ୍ଲୀ: ଏକ ବ୍ୟାଙ୍କ ଠକେଇ ମାମଲାରେ ସିବିଆଇ ପକ୍ଷରୁ ବିଶିଷ୍ଟ ଶିଳ୍ପପତି...

ଆସନ୍ତା ୧୩ ରୁ ସପ୍ତାହାନ୍ତରେ ଦିନ ସାରା ଖୋଲା ରହିବ ବିଡିଏ ପାର୍କ

ଭୁବନେଶ୍ୱର : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏହାର ପାର୍କଗୁଡ଼ିକର ଖୋଲା...

ମାନବାଧିକାର : ଜୀବନର ଆବଶ୍ୟକତା

ମିଳିତ ଜାତିସଂଘ ଆନୁକୂଲ୍ୟରେ ୨୦୨୫ ମସିହାର ମାନବ ଅଧିକାର ଦିବସ (ଡିସେମ୍ବର...

Related Articles

Popular Categories