www.samajalive.in
Wednesday, December 10, 2025
23.1 C
Bhubaneswar

ଏରୋକ୍ସର ନୂଆ ମଡେଲ ଆଣିଲା ୟାମାହା, ବଢିଲା ଦାମ୍

ନୂଆଦିଲ୍ଲୀ : ୟାମାହା ଇଣ୍ଡିଆ ନିଜ ‘ଦ କଲ୍ ଅଫ୍ ଦ ବ୍ଲୁ’ କ୍ୟାମ୍ପେନ୍ ଅନୁସାରେ ଏରୋକ୍ସ ୧୫୫ ଭର୍ସନ ଏସର ୨୦୨୫ ଭର୍ସନ ଲଞ୍ଚ୍ କରିଦେଇଛି । କମ୍ପାନୀ ଏହାକୁ ନୂଆ ରଙ୍ଗ ଓ ଗ୍ରାଫିକ୍ସ ସହିତ ଲଞ୍ଚ୍ କରିଛି । ଏବେ ଏହି ମ୍ୟାକ୍ସି ସ୍ପୋର୍ଟ୍ସ ସ୍କୁଟର ଦେଖିବାକୁ ଅଧିକ ଦମଦାର ଲାଗୁଛି । ନୂଆ ଏରୋକ୍ସ ୧୫୫ ଭର୍ସନ ଏସ୍ ଏବେ ରେସଂ ବ୍ଲୁ ଓ ନୂଆ ଆଇସ୍ ଫ୍ଲୁଓ ବର୍ମିଲିୟନ୍ ଶେଡରେ ଆସୁଛି ଯାହା ଅଧିକ ଆକର୍ଷଣୀୟ କରୁଛି ।

ନୂଆ ଭର୍ସନରେ ରିଫ୍ରେଶ୍ ସାଇଡ୍ ଫେୟାରିଂ ଗ୍ରାଫିକ୍ସ ମିଳୁଛି ଯାହା ୟାମାହାର ରେସିଂ ଡିଏନଏକୁ ପ୍ରଦର୍ଶିତ କରୁଛି । ତେବେ ଷ୍ଟାଣ୍ଡାର୍ଡ ମଡେଲରେ ପୂର୍ବ ଭଳି ରଙ୍ଗ ଓ ଗ୍ରାଫିକ୍ସ ରହିବ । ସ୍କୁଟରରେ ୧୫୫ ସିସି ଲିକ୍ବିଡ୍ କୁଲ୍ଡ ୪ ଷ୍ଟ୍ରୋକ୍ ଏସଓଏଚସି ଇଞ୍ଜିନ ଦିଆଯାଇଛି ଯାହା ୧୪.୭୫ ବିଏଚପିର ପାଓ୍ବର ଓ ୧୩.୯ ଏନଏମର ଟର୍କ ଦେଇଥାଏ । ଏଥିରେ ଉତ୍ତମ ରାଇଡ୍ କ୍ବାଲିଟି ଓ କଣ୍ଟ୍ରୋଲ ପାଇଁ ଟ୍ରାକ୍ସନ କଣ୍ଟ୍ରୋଲ ସିଷ୍ଟମ, ଏବିଏସ୍ ଓ ଟ୍ବିନ୍ ରିୟର ଶକ୍ ଅବଜର୍ଭର ମଧ୍ୟ ସାମିଲ । ଏରୋକ୍ସ ଲାଇନଅପର ସମସ୍ତ ମଡେଲ ଏବେ ଓବିଡି-୨ବି ରେ ଆସୁଛି । ଏହାର ରେସିଂ ବ୍ଲୁ ଓ ଆଇସ ଫ୍ଲୁଓ ବର୍ମିଲିୟନ ଶେଡ ପାଇଁ ଏକ୍ସ ଶୋରୁମ୍ ଦାମ୍ ୧,୫୩,୪୩୦ ଟଙ୍କା ରହିଥିବାବେଳେ ମେଟାଲିକ୍ ବ୍ଲାକ ଭାରିଆଣ୍ଟ ପାଇଁ କମ୍ପାନୀ ୧,୫୦,୧୩୦ ଟଙ୍କା ରଖିଛି  ।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories