www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷାରେ ବେହାଲ ବେଙ୍ଗାଲୁରୁ; ଉବୁଟୁବୁ ହେଉଛି ସହର, ଟ୍ରାକ୍ଟରରେ ଅଫିସ୍‌ ଯାଉଛନ୍ତି କର୍ମଚାରୀ

ବେଙ୍ଗାଲୁରୁ: ଲଗାଣ ବର୍ଷାରେ ବେହାଲ ହୋଇଛି ବେଙ୍ଗାଲୁରୁ । ପ୍ରବଳ ବର୍ଷା ଯୋଗୁଁ ଗତ ୨ ଦିନ ହେଲା ବେଙ୍ଗାଲୁରୁ ସହର ଉବୁଟୁବୁ ହେଉଥିବା ଦେଖିବାକୁ ମିଳୁଛି । ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଚଳିତ ବର୍ଷର ବର୍ଷା ୭୫ ବର୍ଷର ରେକର୍ଡ ଭାଙ୍ଗିଛି । ଲଗାଣ ବର୍ଷା କାରଣରୁ ଲୋକଙ୍କ ଘର ଭିତରେ ପାଣି ପଶିଛି । ଫଳରେ ଲୋକମାନେ ହନ୍ତସନ୍ତ ହେଉଛନ୍ତି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ପ୍ରବଳ ବର୍ଷା ଯୋଗୁ ୬୮୭ ଘର ନଷ୍ଟ ହୋଇଛି । ବର୍ଷାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଅନେକ ଲୋକ ଆହତ ମଧ୍ୟ ହୋଇଛନ୍ତି ।

୫୦ ଫୁଟ ଉପରୁ ଖସିଲା ଦୋଳି; ଦେଖନ୍ତୁ ଭିଡିଓ

- Advertisement -

ଖାଲି ସେତିକି ନୁହେଁ ଦେଶର ଆଇଟି ରାଜଧାନୀ ଭାବେ ଜଣାଶୁଣା ହୋଇଥିବା ଏହି ସହର ବର୍ତ୍ତମାନ ଦୁର୍ଦ୍ଦଶା ଭିତରେ ଦିନ କାଟୁଛି । ସହରରେ ଆଇଟି କର୍ମଚାରମାନେ ଟ୍ରାକ୍ଟର ଯୋଗେ କାର୍ଯ୍ୟାଳୟକୁ ଯାଉଥିବା ଦେଖିବାକୁ ମିଳୁଛି। ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଥିବାରୁ କାର୍ କିମ୍ବା ମୋଟର ସାଇକଲ ଯୋଗେ କାର୍ଯ୍ୟାଳୟକୁ ଯିବା ସମ୍ଭବ ହୋଇପାରୁନାହିଁ । ବର୍ଷା ଯୋଗୁଁ କେତେକ ସ୍କୁଲ ଓ କଲେଜକୁ ଛୁଟି ଘୋଷଣା ମଧ୍ୟ କରାଯାଇଛି । ସହର ତଳି ଅଞ୍ଚଳରୁ ଲୋକମାନଙ୍କୁ ଡଙ୍ଗା ଦ୍ବାରା ଉଦ୍ଧାର କରାଯାଇଛି। ଗତ ରହିବାର ଦିନ ସାରା ରାତି ବର୍ଷା ଯୋଗୁଁ ସହର ଜଳବନ୍ଦୀ ହୋଇଥିବାବେଳେ ସୋମବାର ମଧ୍ୟ ବର୍ଷା ହୋଇଥିଲା। ଫଳରେ ମଙ୍ଗଳବାର ସହର ପାଣିରେ ଉବୁଟୁବୁ ହୋଇଥିଲା।

ସେପ୍ଟେମ୍ବର ମାସରେ ହୋଇଥିବା ବର୍ଷା ଗତ ୭୫ବର୍ଷର ରେକର୍ଡ ଭାଙ୍ଗିଛି। ରବିବାର ରାତିରେ ବେଙ୍ଗାଲୁରୁରେ ୧୩.୧୬ ସେମି ବର୍ଷା ହୋଇଥିଲା। ଦକ୍ଷିଣ ବେଙ୍ଗାଲୁରୁରେ ୮ଘଣ୍ଟା ମଧ୍ୟରେ ୧୦ ସେମିରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ବୃହତ ବେଙ୍ଗାଲୁରୁ ମ୍ୟୁନିସିପାଲ କର୍ପୋରେସନ ମୁଖ୍ୟ କମିସନରଙ୍କ କହିବା ଅନୁଯାୟୀ ବର୍ଷାରେ ୬୮୭ଟି ଘର ନଷ୍ଟ ହୋଇଛି। ଅନେକ ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ଆଗାମୀ ୫ଦିନ ଧରି କର୍ଣ୍ଣାଟକର ଉପକୂଳ ଓ ଉତ୍ତର ଆଭ୍ୟନ୍ତରୀଣ ଅଞ୍ଚଳରେ ବର୍ଷା ଲାଗି ରହିବ। ବର୍ଷା ଜନିତ ଜଳବନ୍ଦୀ ସମସ୍ୟାକୁ ନେଇ କଂଗ୍ରେସ ଓ ବିଜେପି ମଧ୍ୟରେ ଆରୋପ ପ୍ରତ୍ୟାରୋପ ହୋଇଛି। ବେଙ୍ଗାଲୁରୁ ସହିତ ହାଇଦରାବାଦ ସହରରେ ମଧ୍ୟ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଯାଇଛି।

Hot this week

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

Related Articles

Popular Categories