www.samajalive.in
Saturday, December 6, 2025
26.1 C
Bhubaneswar

ଚାଣକ୍ୟ ନୀତି ; ଅନ୍ୟକୁ ଜଣାନ୍ତୁ ନାହିଁ ଏହି କଥା

ନୀତି ଶାସ୍ତ୍ରରେ ଆଚାର୍ଯ୍ୟ ଚାଣକ୍ୟ ଅନେକ କଥା ଉଲ୍ଲେଖ କରିଛନ୍ତି। ଏହି କଥାକୁ ପାଳନ କରିବା ଦ୍ୱାରା ବ୍ୟକ୍ତି ନିଜ ଜୀବନରେ ସଫଳତା ପ୍ରାପ୍ତି କରିପାରିଥାଏ ବୋଲି ମାନ୍ୟତା ରହିଛି। ନୀତି ଶାସ୍ତ୍ର ଅନୁଯାୟୀ ଏପରି କିଛି କଥା ବର୍ଣ୍ଣନା କରାଯାଇଛି, ଯାହା ଅନୁଯାୟୀ ଜୀବନରେ କେଉଁ କଥା ଅନ୍ୟ ମାନଙ୍କ ସମ୍ମୁଖରେ ପ୍ରକାଶ କରିବା ଉଚିତ ନୁହେଁ। ଜାଣନ୍ତୁ..
ଚାଣକ୍ୟ ନୀତି ଅନୁଯାୟୀ, ଦାମ୍ପତ୍ୟ ଜୀବନରେ ଘଟୁଥିବା କଥାକୁ ଅନ୍ୟ କାହା ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହାଦ୍ୱାରା ସମ୍ପର୍କରେ ତିକ୍ତତା ଆସିଥାଏ। ତେଣୁ ଭୁଲ୍‍ ରେ ମଧ୍ୟ ଏପରି କରନ୍ତୁ ନାହିଁ।
ଆଚାର୍ଯ୍ୟ ଚାଣ୍ୟକଙ୍କ ଅନୁଯାୟୀ, ନିଜ ଆର୍ଥିକ ସ୍ଥିତି ବିଷୟରେ ମଧ୍ୟ ଅନ୍ୟ ଜଣାନ୍ତୁ ନାହିଁ। ଏଥିରେ ଧନ ଲାଭରେ ବାଧା ସୃଷ୍ଟି ହେବା ସହ ସମ୍ପର୍କ ଉପରେ ମଧ୍ୟ ଏହାର ନକରାତ୍ମକ ପ୍ରଭାବ ପଡିଥାଏ।
ଆଚାର୍ଯ୍ୟଙ୍କ କହିବାନୁଯାୟୀ, କେହି ଯଦି ଆପଣଙ୍କୁ  ଧୋକ୍କା ଦେଇଥାଏ ,ଠକି ଥାଏ ଏହା ମଧ୍ୟ ସଭିଁଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଏହା ଦ୍ୱାରା ଅନ୍ୟ ମାନେ ସଠିକ ସମ୍ମାନ ପ୍ରଦାନ କରନ୍ତି ନାହିଁ।
ପରିବାରରେ କୌଣସି ପ୍ରକାରର କଳହ କିମ୍ବା ତିକ୍ତତା ଥିଲେ, ଏହା ମଧ୍ୟ ସଭିଁଙ୍କୁ ଜଣାନ୍ତୁ ନାହିଁ। ଏହାଦ୍ୱାରା ଅନ୍ୟମାନେ ଆପଣଙ୍କୁ ଅପମାନିତ କରିପାରନ୍ତି। ସମ୍ପର୍କରେ ଏହାର କୁପ୍ରଭାବ ପଡିପାରେ।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories