www.samajalive.in
Saturday, December 6, 2025
17.1 C
Bhubaneswar

ବାପାକୁ ମାରି ୫ ଖଣ୍ଡ କଲା ପୁଅ; ଥାନାରେ କଲା ନିଖୋଜ ଅଭିଯୋଗ

କୋଲକାତା: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗନାର ବରୁଇପୁର ଅଞ୍ଚଳରେ ଜଣେ ଅବସରପ୍ରାପ୍ତ ନୌସେନା ଅଧିକାରୀଙ୍କ ମୃତଦେହ ମିଳିଛି। ନୌସେନା ଅଧିକାରୀଙ୍କ ପୁଅ ପିତାଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହାପରେ ପୁଲିସ ତଦନ୍ତ କରିଥିଲା। ଇତି ମଧ୍ୟରେ ପୁଲିସ ନୌସେନା ଅଧିକାରୀଙ୍କ ମୃତଦେହ ଉଦ୍ଧାର କରିଛି। ତଦନ୍ତରୁ ଜଣାପଡ଼ିଛି ଯେ, ପୁଅ ତା’ ମାଆ ସହିତ ମିଶି ବାପାଙ୍କୁ ହତ୍ୟା କରିଛି। ଏହାପରେ ମୃତଦେହକୁ ଏକ କରତରେ କାଟି ପାଞ୍ଚ ଖଣ୍ଡ କରି ଫିଙ୍ଗି ଦେଇଥିଲେ।

ପୁଲିସ ସୂଚନା ମୁତାବକ, ନଭେମ୍ବର ୧୯ ତାରିଖରେ ଏକ ପୋଖରୀରୁ ଜଣେ ପୂର୍ବତନ ନୌସେନା ଅଧିକାରୀଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର କରାଯାଇଥିଲା। ମୃତକଙ୍କ ନାଁ ଉଜ୍ଜ୍ଵଳ ଚକ୍ରବର୍ତ୍ତୀ ବୋଲି ଜଣାପଡ଼ିଛି। ତାଙ୍କ ବୟସ ପାଖାପାଖି ୫୫ ବର୍ଷ। ସେ ଭାରତୀୟ ନୌସେନାର ପୂର୍ବତନ ଅଣ-କମିଶନ ଅଧିକାରୀ ଥିଲେ। ୨୦୦୦ ମସିହାରେ ଅବସର ଗ୍ରହଣ କରିଥିଲେ। ମୃତଦେହ ପ୍ଲାଷ୍ଟିକରେ ଆବୃତ ହୋଇଥିବା ଦେଖିବାକୁ ମିଳିଥିଲା।

- Advertisement -

ପୁଲିସ କହିଛି ଯେ, ନଭେମ୍ବର ୧୫ରେ ମୃତକଙ୍କ ପରିବାର ସଦସ୍ୟ ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଏହାପୂର୍ବରୁ ନଭେମ୍ବର ୧୪ରେ ତାଙ୍କ ପରିବାରରେ ବହୁତ ଝଗଡ଼ା ହୋଇଥିଲା। ଝଗଡ଼ା ସମୟରେ ପୁଅ ବାପା ଉପରେ ଆକ୍ରମଣ କରିଥିଲା। ଏଥିରେ ତାଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ପୁଅ ମୃତଦେହକୁ ପାଞ୍ଚ ଖଣ୍ଡରେ କାଟି ଦେଇଥିଲା ଏବଂ ମାଆ ସହିତ ମିଶି ସବୁକୁ ଫୋପାଡ଼ିଥିଲା। ପୁଲିସ କହିବାନୁସାରେ, ମୃତକଙ୍କର ମଦ୍ୟପାନ ଅଭ୍ୟାସ ଥିଲା। ପୁଲିସ ବର୍ତ୍ତମାନ ସୁଦ୍ଧା ଶରୀରର ଉପର ଅଂଶକୁ ଉଦ୍ଧାର କରିଛି।

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories