କୋଲକାତା: ବଙ୍ଗଳା ଚଳଚ୍ଚିତ୍ର ଶିଳ୍ପରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଅଭିନେତ୍ରୀ ଏନ୍ଦ୍ରିଲା ଶର୍ମାଙ୍କ ପରଲୋକ ଘଟିଛି। ବ୍ରେନ ଷ୍ଟ୍ରୋକରେ ୨୪ ବର୍ଷୀୟା ଏନ୍ଦ୍ରିଲା ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇଛନ୍ତି। ଏହି ଖବର ପ୍ରଚାର ହେବା ପରେ ଚଳଚ୍ଚିତ୍ର ଶିଳ୍ପଠାରୁ ଆରମ୍ଭ କରି ଏନ୍ଦ୍ରିଲାଙ୍କ ପ୍ରଶଂସକଙ୍କ ପର୍ଯ୍ୟନ୍ତ ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ, ବ୍ରେନ ଷ୍ଟ୍ରୋକ କାରଣରୁ ଅଭିନେତ୍ରୀଙ୍କ ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିଲା। ମଙ୍ଗଳବାର ରାତିରେ ତାଙ୍କର ଅସ୍ତ୍ରୋପଚାର ହୋଇଥିଲା ଏବଂ ସେହିଦିନଠାରୁ ସେ କୋମାରେ ଭେଣ୍ଟିଲେଟରରେ ଥିଲେ। ରବିବାର ଦିନ ପ୍ରାୟ ୧ଟା ସମୟରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି।



