www.samajalive.in
Saturday, December 13, 2025
27.1 C
Bhubaneswar

ମଧୁମେହଠାରୁ ତ୍ବଚା ସମସ୍ୟା ପର୍ଯ୍ୟନ୍ତ, ଅନେକ ରୋଗ ଦୂର କରେ ମୂଳା

ସାଧାରଣତଃ ଶୀତଦିନେ ମୂଳା ବଜାରରେ ଅଧିକ ଉପଲବ୍ଧ ହୋଇଥାଏ। କିଛି ଲୋକ ମୂଳା ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକ ଲୋକ ଅଛନ୍ତି, ଯେଉଁମାନେ ମୂଳା ଖାଇବାକୁ ଆଦୌ ଭଲପାଆନ୍ତି ନାହିଁ। ହେଲେ ସେମାନେ ମୂଳାର ଉପକାରୀ ଗୁଣ ବିଷୟରେ ଜାଣିଲେ, ଆଜିଠାରୁ ହିଁ ଏହାକୁ ଖାଇବା ଆରମ୍ଭ କରିଦେବେ। ମୂଳାକୁ ନିୟମିତ ଭୋଜନରେ ସାମିଲ କରିବା ଦ୍ବାରା ସ୍ବାସ୍ଥ୍ୟଗତ ଅନେକ ସମସ୍ୟା ଦୂର ହେବା ସହ ଅନେକ ରୋଗ ଆମଠୁ ଦୂରେଇ ରହିଥାଏ। ତେବେ ଆସନ୍ତୁ ଜାଣିବା ମୂଳା ଖାଇବା ଦ୍ବାରା ଆମର କି ଉପକାର ହୋଇଥାଏ –

-ମୂଳାରେ ଆୟୋଡିନ୍‌, କ୍ୟାଲସିୟମ ଏବଂ ଆଇରନ ପ୍ରଚୁର ମାତ୍ରାରେ ରହିଥାଏ।

- Advertisement -

-ପୌଷ୍ଟିକ ତତ୍ତ୍ୱରେ ଭରପୂର ମୂଳା କିଡ୍‌ନୀ(ବୃକକ୍) ପାଇଁ ମଧ୍ୟ ବେଶ୍‌ ଉପକାରୀ।

-ମୂଳା ଖାଇଲେ ପେଟ ସମସ୍ୟା ଦୂର ହୋଇଥାଏ।

-ମୂଳା ଶରୀରର ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରେ।

-ଏହା ସହିତ ମୂଳା ପାକସ୍ଥଳୀକୁ ମଧ୍ୟ ସୁସ୍ଥ ରଖିଥାଏ।

-ଏଥିରେ ପ୍ରଚୁର ମାତ୍ରାରେ ଫାଇବର୍‌ ରହିଛି, ଯାହା କୋଷ୍ଠକାଠିନ୍ୟ ସମସ୍ୟା ଭୋଗୁଥିବା ବ୍ୟକ୍ତିଙ୍କ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହୋିଥାଏ।

-ଯେଉଁ ବ୍ୟକ୍ତିଙ୍କର ଲିଭର(ଯକୃତ) ଜନିତ କିଛି ସମସ୍ୟା ରହିଛି, ସେମାନେ ନିଜ ଖାଦ୍ୟରେ ମୂଳାକୁ ସାମିଲ କରନ୍ତୁ।

-ଉଚ୍ଚ ରକ୍ତଚାପ ଏବଂ ମଧୁମେହ ରୋଗୀଙ୍କ ପାଇଁ ମୂଳା ଖୁବ୍ ଉପକାରୀ ହୋଇଥାଏ। ଏଥିରେ ଥିବା ପୌଷ୍ଟିକ ତତ୍ତ୍ୱ ଇନ୍‌ସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ।

-ମୂଳା ଖାଇବା ଦ୍ବାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ।

-ମୂଳାରେ ଫସଫରସ ଓ ଜିଙ୍କ୍‌ ମଧ୍ୟ ଥାଏ, ଯାହା ତ୍ବଚା ପାଇଁ ଲାଭଦାୟକ ହୋଇଥାଏ।

Hot this week

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

କିସ୍‌ରେ କେମିତି ହେଲା ଛାତ୍ର ଙ୍କ ମୃତ୍ୟୁ ? ସାଂଘାତିକ ଅଭିଯୋଗ ଆଣିଲେ ପରିବାର…

କେନ୍ଦୁଝର: ଭୁବନେଶ୍ଵର କିସ୍‌ରେ ଆଦିବାସୀ ଛାତ୍ରର ମୃତ୍ୟୁ ନେଇ କେନ୍ଦୁଝର ଜିଲାପାଳଙ୍କ...

ମହାନଦୀକୁ ହତ୍ୟା ଷଡ଼ଯନ୍ତ୍ର ଚାଲିଛି- ପ୍ରସନ୍ନ

ଭୁବନେଶ୍ୱର: ମହାନଦୀ ପ୍ରସଙ୍ଗର ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ବଡ ବୟାନ...

Related Articles

Popular Categories