www.samajalive.in
Saturday, December 13, 2025
18.1 C
Bhubaneswar

ପିଆଜର ଔଷଧୀୟ ଗୁଣ : ଦୂରେଇ ଯାଏ କର୍କଟ ଭଳି ପ୍ରାଣଘାତୀ ରୋଗ

ସାଧାରଣତଃ ପିଆଜକୁ ଆମେ ମସଲାଯୁକ୍ତ ଖାଦ୍ୟରେ ବ୍ୟବହାର କରିବା ସହିତ ଏହାକୁ କଞ୍ଚା ମଧ୍ୟ ଖାଇଥାଆନ୍ତି। ଏହା ଖାଦ୍ୟର ସ୍ୱାଦକୁ ଦ୍ୱିଗୁଣିତ କରିଦେଇଥାଏ। ତେବେ ପିଆଜର ଅନେକ ଉପକାରୀ ଗୁଣ ରହିଛି, ଯାହା ବିଷୟରେ ହୁଏତ ଖୁବ୍‍ କମ୍‍ ଲୋକେ ଜାଣିଥିବେ। କ୍ୟାଲୋରୀର ମାତ୍ରା କମ୍ ଏବଂ ଫାଇବର୍ ପ୍ରଚୁର ପରିମାଣରେ ଥିବାରୁ ଏହା ଖୁବ୍‍ ସ୍ୱାସ୍ଥ୍ୟ ଉପକାରୀ। ପିଆଜ ବଡ଼ ବଡ଼ ରୋଗ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।

ପିଆଜର ଉପକାରୀତା :
• ପିଆଜ ଖାଇବା ଦ୍ୱାରା କର୍କଟ ବା କ୍ୟାନସର୍ ଓ ହୃଦଘାତ ହେବାର ଆଶଙ୍କା କମ୍ ହୋଇଥାଏ।
• ଏଥିରେ ଆଣ୍ଟିଅକ୍ସିଡାଣ୍ଟ୍ ରହିଛି, ଯାହା ଶରୀରରେ କ୍ୟାନସର୍ ସେଲ୍ କୁ ବିକଶିତ ହେବାକୁ ଦେଇ ନଥାଏ।
• ଥଣ୍ଡାଜ୍ୱର ହୋଇଥିଲେ ପିଆଜ ଖାଇବା ଦ୍ୱାରା ଶୀଘ୍ର ସୁସ୍ଥ ହୋଇଯିବେ।
• ପିଆଜରେ କ୍ରୋମିୟମ୍ ରହିଛି, ଯାହା ରକ୍ତରେ ଶର୍କରାର ପରିମାଣକୁ ନିୟନ୍ତ୍ରଣ କରିବା ସହିତ ରକ୍ତ ସଞ୍ଚାଳନକୁ ସନ୍ତୁଳୀତ କରିଥାଏ।
• ପ୍ରତିଦିନ ପିଆଜ ଖାଇବା ଦ୍ୱାରା ମାଂସପେଶୀକୁ ଗ୍ଲୁକୋଜ୍ ମିଳିଥାଏ।
• କୌଣସି ବିଷାକ୍ତ ପୋକ କାମୁଡିଲେ, ସେହି ସ୍ଥାନରେ ପିଆଜ ରସ ଲଗାନ୍ତୁ, ଯନ୍ତ୍ରଣାରୁ ଉପଶମ ପାଇବେ।
• ପିଆଜରେ ଥିବା ଫାଇବର୍ ପେଟ ସଫା କରିବାରେ ସାହାଯ୍ୟ କରିଥାଏ।
• ଏହାକୁ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ ଦୂର ହୋଇଥାଏ।

- Advertisement -

ଏଥିପ୍ରତି ଧ୍ୟାନ ଦିଅନ୍ତୁ –
ପିଆଜ ମାତ୍ରାଧିକ ସେବନ କରନ୍ତୁ ନାହିଁ। ଏପରି କରିବା ଦ୍ୱାରା ବାନ୍ତି ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ଯେଉଁ ବ୍ୟକ୍ତି ପାକସ୍ଥଳୀ ଜନିତ ରୋଗରେ ପୀଡ଼ିତ ସେମାନେ ମଧ୍ୟ ପିଆଜ ଖାଇବାଠାରୁ ଦୂରେଇ ରୁହନ୍ତୁ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories