www.samajalive.in
Saturday, December 13, 2025
27.1 C
Bhubaneswar

ଜାଣନ୍ତୁ, କେତେ ଉପକାରୀ ସିଝା ବାଦାମ !

ସାଧାରଣତଃ ଅନେକ ଲୋକ ବାଦାମ ଖାଇବାକୁ ଭଲ ପାଆନ୍ତି। କେବଳ ପାଟିକୁ ସୁଆଦିଆ ଭାବି ଏମାନେ ଏହାକୁ ବେଳେବେଳେ ଖାଇ ଥଆନ୍ତି। ହେଲେ ଏହାର ଉପାଦେୟତା ବିଷୟରେ ଖୁବ୍ କମ୍ ଲୋକ ଅବଗତ। ବାଦମରେ ପ୍ରଚୁର ପରିମାଣର ପୌଷ୍ଟିକ ତତ୍ତ୍ବ ଥାଏ। ଏହାକୁ ଭାଜି ଖାଇବା ବଦଳରେ ସିଝାଇ ଖାଇଲେ ଏହାର ଉପକାରୀ ଗୁଣ ଆହୁରି ବଢିଯାଇଥାଏ। ଆସନ୍ତୁ ଜାଣିବା ସିଝା ବାଦାମ ଖାଇବାର ଉପକାରିତା ବିଷୟରେ –

ସିଝା ବାଦାମ ଖାଇବା ଦ୍ବାରା ଆମକୁ ଶକ୍ତି ମିଳିବା ସହିତ ଶରୀର ଫୂର୍ତ୍ତି ହୋଇଥାଏ। ସିଝା ବାଦାମକୁ ଯଦି ଦୈନନ୍ଦିନ ଜୀବନରେ ଖାଦ୍ୟ ରୂପେ ସାମିଲ କରନ୍ତି ତେବେ ଏହା ଆପଣଙ୍କ ଓଜନ କମେଇବାରେ ମଧ୍ୟ ସାହଯ୍ୟ କରିଥାଏ।

- Advertisement -

ବାଦମରେ ହାଇ ଫାଇବର ଥାଏ ଯାହା ଦ୍ବାରା କୋଷ୍ଠ କାଠିନ୍ୟ, ହୃଦରୋଗ ପରି ସମସ୍ୟା ରହିନଥାଏ। ଏହା ସହ ସିଝାବାଦାମରେ ପେଟର ଅନ୍ତନଳୀ ସଫା ରଖିବା, ଖାଦ୍ୟ ହଜମ କରିବା, ଶରୀରର ମେଟାବୋଲିଜିମକୁ ନିୟନ୍ତ୍ରିତ ରଖିବା ଆଦି ଉତ୍ତମ ଗୁଣ ରହିଥାଏ। ଏହାଦ୍ବାରା ଶରୀରର ଅତ୍ୟଧିକ ଚର୍ବି ମଧ୍ୟ କମ ହୋଇଥାଏ। ବିଶେଷ କରି ଛୋଟ ପିଲାଙ୍କ ମସ୍ତିଷ୍କ ବିକାଶରେ ସିଝାବାଦାମ ବିଶେଷ ଭାବେ ସହାୟକ ହୋଇଥାଏ।

ସିଝାବାଦାମରେ ଏମିନୋ ଏସିଡ ଏବଂ ପ୍ରୋଟିନ ଅଧିକ ମାତ୍ରାରେ ରହିଥାଏ। ଯାହା ମାଂସପେଶୀକୁ ଟାଣ କରିବା ସହ ଶରୀରର ଅଙ୍ଗପ୍ରତ୍ୟଙ୍ଗର ବୃଦ୍ଧି ଓ ବିକାଶରେ ସହାୟକ ହୋଇଥାଏ। ଏହା ସହିତ ଲୋହିତ ରକ୍ତ କଣିକା ଓ ଫୋଲେଟ ଏବଂ ଫଲିକ୍ ଏସିଡ ବୃଦ୍ଧି କରିବାରେ ମଧ୍ୟ ସିଝା ବାଦାମ ସାହାଯ୍ୟ କରିଥାଏ।

Hot this week

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ...

ଆଜି ଭୁବନେଶ୍ୱର ଆସୁଛନ୍ତି ଅକ୍ଷୟ କୁମାର

ଭୁବନେଶ୍ୱର :ବଲିଉଡର ଖିଲାଡୀ ଷ୍ଟାର ଅକ୍ଷୟ କୁମାର ଆଜି ଓଡ଼ିଶା ଆସୁଛନ୍ତି...

Related Articles

Popular Categories