ଚେନ୍ନଇ : ଚେନ୍ନଇର ଏକ ଅଦଲାତ ଶୁକ୍ରବାର ଏକ ରାଷ୍ଟ୍ରଦୋହ ମାମଲାରେ ମାରୁମାଲାରଚି ଦ୍ରାବିଡ ମୁନେତ୍ରା କାଜହାଗାମ (ଏମଡିଏମକେ) ପ୍ରତିଷ୍ଠାତା ତଥା ସମ୍ପାଦକ ଭାଇକୋଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହାସହ ତାଙ୍କୁ ବର୍ଷେ ଜେଲ ଦଣ୍ଡାଦେଶ କରି ରାୟ ପ୍ରକଶ କରିଛନ୍ତି।
ତାମିଲନାଡୁ ସରକାରଙ୍କ ପକ୍ଷରୁ ୨୦୦୯ରେ ଏହି ମାମଲା ରୁଜୁ କରାଯାଇଥିଲା। ବିଚାରପତି ଜେ. ଶାନ୍ତି ଏହି ମାମଲାରେ ଭାଇକୋଙ୍କୁ ବର୍ଷେ କାରାଦଣ୍ଡାଦେଶ ଶୁଣାଇବା ସହ ୧୦,୦୦୦ ଟଙ୍କା ଜୋରିମାନା କରିଛନ୍ତି।
୨୦୦୯ରେ ପୁଲିସ୍ ତାଙ୍କ ବିରୋଧରେ ଆଇପିସି ଧାରା ୧୨୪ (କ)ରେ ରାଷ୍ଟ୍ରଦ୍ରୋହ ମାମଲା ରୁଜୁ କରିଥିଲା। ଭାଇକୋଙ୍କ ପୁସ୍ତକ ‘ନାନା କୁଟରମ ସନ୍ତୁଗିରେନ’ (ମୁଁ ଅଭିଯୋଗ କରୁଛି) ଉନ୍ମୋଚନ ସମୟରେ ସେ ଦେଇଥିବା ଭାଷଣକୁ ଆଧାର କରି ଏହି ମାମଲା ରୁଜୁ ହୋଇଥିଲା।
ରାଷ୍ଟ୍ରଦ୍ରୋହ ମାମଲାରେ ଏମଡିଏମକେ ମୁଖ୍ୟ ଭାଇକୋଙ୍କୁ ବର୍ଷେ ଜେଲ
Popular Categories



