www.samajalive.in
Saturday, December 6, 2025
17.1 C
Bhubaneswar

ଜୀବନରେ ଶୁଭସମୟ ଆଣିଥାଏ ହଳଦିଆ ରଙ୍ଗ : ଜାଣି ରଖନ୍ତୁ ମହତ୍ତ୍ୱ

ରଙ୍ଗର ପ୍ରଭାବ ଜୀବନରେ ମଧ୍ୟ ରହିଛି। ମାତ୍ର ଏପରି କିଛି ସ୍ୱତନ୍ତ୍ର ରଙ୍ଗ ରହିଛି,ଯାହାକୁ କିଛି ନିର୍ଦ୍ଦିଷ୍ଟ କାର୍ଯ୍ୟ ଓ ବିଶେଷତ୍ୱ ପାଇଁ ବ୍ୟବହାର କରାଯାଏ। ସେଭଳି ଏକ ରଙ୍ଗ ମଧ୍ୟରୁ ଗୋଟିଏ ହେଉଛି ହଳଦିଆ ରଙ୍ଗ। ଶୁଭକାର୍ୟ୍ୟ କରିବା ସମୟରେ ବହୁ ଲୋକେ ହଳଦିଆ ରଙ୍ଗର ବସ୍ତ୍ର ଧାରଣ କରିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ମଧ୍ୟ ହଳଦିଆ ରଙ୍ଗର ଖୁବ ମହତ୍ତ୍ୱ ରହିଛି। ହଳଦିଆ ରଙ୍ଗର ସମ୍ବନ୍ଧ ଗୁରୁ ବୃହସ୍ପତିଙ୍କ ସହ ଜଡ଼ିତ ବୋଲି କୁହାଯାଏ। ଏହା ସୂର୍ୟ୍ୟଙ୍କ ଚମକୁ ଥିବାର ରଙ୍ଗ ମାନଙ୍କ ମଧ୍ୟରୁ ଏକ ଅଂଶ ଅଟେ। ଏହି ରଙ୍ଗର ସ୍ୱଭାବରୁ ଉଷ୍ଣ ଓ ଶକ୍ତି ପ୍ରଦାନ କରୁଥିବା ରଙ୍ଗ। ଜାଣନ୍ତୁ ହଳଦିଆ ରଙ୍ଗର ମହତ୍ତ୍ୱ ବିଷୟରେ ..
ଏହା ବୃହସ୍ପତିଙ୍କ ପ୍ରଧାନ ରଙ୍ଗ ଅଟେ।
ଏହି ରଙ୍ଗ ଜୀବନରେ ଶୁଭସମୟ ଆଣିଥାଏ।
ମନରେ ଆସୁଥିବା ନକରାତ୍ମକ ଭାବନାକୁ ଦୂର କରିଥାଏ।
ଏହି ରଙ୍ଗକୁ ନିୟମିତ ପରିଧାନ କଲେ ଜ୍ଞାନ ପ୍ରାପ୍ତି ହୋଇଥାଏ।
ଏହି ରଙ୍ଗର ମନକୁ ସଠିକ ରଖିବାର କ୍ଷମତା ରହିଛି।
ଜ୍ଞାନ ହିଁ ମନୁଷ୍ୟକୁ ସଠିକ ମାର୍ଗରେ ଯିବା ପାଇଁ ପ୍ରେରଣା ଦେଇଥାଏ।
ଆବଶ୍ୟକ ପରିମାଣରେ ସପ୍ତାହକୁ ୨ ରୁ ୩ଥର ଏହି ରଙ୍ଗକୁ ପରିଧାନ କରିବା ଦ୍ୱାରା ପାଚନ ତନ୍ତ୍ର, ରକ୍ତ ସଞ୍ଚାଳନ ଓ ଚକ୍ଷୁ ଉପରେ ଉତ୍ତମ ପ୍ରଭାବ ପକାଇଥାଏ।
କିପରି କରିବେ ହଳଦିଆ ରଙ୍ଗର ବ୍ୟବହାର –
ପାଠପଢିବା ସମୟରେ ଓ ପୂଜା ସମୟରେ ହଳଦିଆ ରଙ୍ଗର ଦ୍ରବ୍ୟ ବ୍ୟବହାର କରନ୍ତୁ। ପୂଜାର୍ଚ୍ଚନା ସମୟରେ ହଳଦିଆ ରଙ୍ଗର ଫୁଲ ମଧ୍ୟ ଭଗବାନଙ୍କୁ ଅର୍ପଣ କରନ୍ତୁ।
ଗୃହ ବାହାରର କାନ୍ଥକୁ ହଳଦିଆ ରଙ୍ଗ କରନ୍ତୁ।
ଗୃହର ଭିତର ଅଂଶରେ ହାଲକା ହଳଦିଆ ରଙ୍ଗ ଅଳ୍ପ ପରିମାଣରେ ଲଗାନ୍ତୁ।
ନିଜ ପାଖରେ ସର୍ବଦା ହଳଦିଆ ରଙ୍ଗର ରୁମାଲ ରଖନ୍ତୁ। ଏହା ନକରାତ୍ମକ ଶକ୍ତି ଠାରୁ ଆପଣଙ୍କୁ ଦୂରେଇ ରଖିବାରେ ସହାୟକ ହୋଇଥାଏ।
ନିୟମିତ ହଳଦିଆ ରଙ୍ଗର ତିଳକ ଲଗାନ୍ତୁ। ଏହା ଦ୍ୱାରା ମନ ଶାନ୍ତ ଓ ଶୁଦ୍ଧ ରହିଥାଏ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories