www.samajalive.in
Friday, December 5, 2025
20.1 C
Bhubaneswar

ଯନ୍ତ୍ରୀ-ଠିକାଦାର ମଧୁ ଚନ୍ଦ୍ରିକା ଯୋଗୁଁ ନିମ୍ନମାନର ନିର୍ମାଣ କାର୍ଯ୍ୟ; ଅଳ୍ପ ବର୍ଷାରେ ଧୋଇନେଉଛି ନିର୍ମାଣାଧିନ ରାସ୍ତା

ଦେବଗଡ଼଼: ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ଯୋଗୁଁ ଦେବଗଡ଼ ପୂର୍ତ୍ତ ବିଭାଗ(ରାସ୍ତା ଓ ସୌଧ) ଡିଭିଜନ ଦ୍ୱାରା ବିଭିନ୍ନ ରାସ୍ତା, କୋଠାବାଡି, ୫ଟି ସ୍କୁଲ କୋଠା ନିର୍ମାଣ କାର୍ଯ୍ୟ ଓ ମରାମତିରେ ବ୍ୟାପକ ଦୁର୍ନୀତି ଓ ଅନିୟମିତତା ଅଭଯୋଗ ହୋଇଆସୁଛି। ଏନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନଥିବାରୁ ନିର୍ମାଣ କାର୍ଯ୍ୟରେ ଦିନକୁ ଦିନ ଅଧିକ ଦୁର୍ନୀତି ଓ ଅନିୟମିତତା ବୃଦ୍ଧି ପାଇବାରେ ଲାଗିଛି। ଏପରିକି ଖୋଦ ଜିଲାପାଳଙ୍କ କାର୍ଯ୍ୟାଳୟକୁ ସଂଯୋଗ କରୁଥିବା ନିର୍ମାଣାଧିନ ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଅତ୍ୟନ୍ତ ନିମ୍ନ ମାନର ହେଉଥିବା ଅଭିଯୋଗ ହେଉଛି। ଫଳରେ ରାସ୍ତାଟିର ବିଭିନ୍ନ ସ୍ଥାନରେ ଖାଲ ଖମା ସୃଷ୍ଟି ହେବା ସହ ଅଳ୍ପ ବର୍ଷାରେ ଧୋଇ ନେଉଥିବା ବେଳେ ଏହାର ସ୍ଥାୟୀତ୍ୱ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ୪୯ ନମ୍ବର ଜାତୀୟ ରାଜପଥରୁ ନୂଆଁ ବାଲିରୋଇ ସ୍ଥିତ ନୂତନ କଲେକ୍ଟୋରେଟ କୋଠା(ଦେବଗଡ଼ ଜିଲାପାଳଙ୍କ ନୂତନ କାର୍ଯ୍ୟାଳୟ କୋଠା), ନିର୍ମାଣାଧିନ ନୂତନ ମୁଖ୍ୟ ଚିକିତ୍ସାଳୟ କୋଠା ସମେତ ବିଭିନ୍ନ କୋଠାକୁ ସଂଯୋଗ କରୁଥିବା ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗ(ରାସ୍ତା ଓ ସୌଧ) ପକ୍ଷରୁ ମୋଟ ୩.୫୭ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିବା ବେଳେ ଟେଣ୍ଡର ଯୋଗେ ଏହାର ନିର୍ମାଣ କାର୍ଯ୍ୟ ନିମନ୍ତେ ସନ୍ତୋଷ କୁମାର ମିଶ୍ର ନାମକ ଜଣେ କଂଟ୍ରାକ୍ଟରଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା। ମାତ୍ର ନିର୍ମାଣ କାର୍ଯ୍ୟ ଆରମ୍ଭରୁ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହେଉଥିବା ଅଭିଯୋଗ ହୋଇଥିଲା। ଉକ୍ତ ରାସ୍ତା କାର୍ଯ୍ୟରେ ବ୍ୟୟ ଅଟକଳ ଅନୁଯାୟୀ ବାଲି, ମାଟି, ପଥର ଗୁଣ୍ଡ, ସିମେଣ୍ଟ, ମେଟାଲ ଚିପ୍ସ, ପିଚୁ ଓ ଏପରିକି ସଠିକ ପରିମାଣର ପାଣି ମଧ୍ୟ ବ୍ୟବହାର କରାଯାଉନଥିବା ଅଭିଯୋଗ ହୋଇଆସୁଛି। ଫଳରେ ଠାଏଁଠାଏଁ ଉକ୍ତ ରାସ୍ତାରୁ ପିଚୁ ଉଠିପଡ଼ିବା ସହ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡୁଛି। ମାତ୍ର ଏନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ନିର୍ବାହୀ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଅଭିଯୋଗ ହୋଇଆସୁଛି। ଏହା ସତ୍ତ୍ବେ ନିର୍ମାଣ କାର୍ଯ୍ୟରେ କୌଣସି ସୁଧାର ଆସିବା ପରିବର୍ତ୍ତେ ପୂର୍ବ ଭଳି ନିମ୍ନମାନର ନିର୍ମାଣ କାର୍ଯ୍ୟ ଜାରୀ ରହିଛି। ଫଳରେ ଏନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ନିର୍ମାନ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ଦୁବରାଜ ହେମ୍ରମଙ୍କୁ ପଚାରିବାରୁ ରାସ୍ତାର ଉକ୍ତ ଅଂଶଟି ବର୍ଷା ପାଣିରେ ଧୋଇନେଇଥିବା ପ୍ରକାଶ କରିବା ସହ ଏଥିପାଇଁ ସୁରକ୍ଷା ବାଡର ଆବଶ୍ୟକତା ରହିଥିବା ଉତ୍ତର ଦେଇଛନ୍ତି।

- Advertisement -

ସେହିପରି ଏସଡିଓ ଇଂ.ଚିତ୍ତ ରଞ୍ଜନ ନାୟକଙ୍କ ମତାମତ ଲୋଡିବାରୁ ଏନେଇ ସେ କୌଣସି ସନ୍ତୋଷ ଜନକ ଉତ୍ତର ଦେଇପାରି ନଥିଲେ। ଏପରିକି ଉକ୍ତ ରାସ୍ତାର ଅଟକଳ ମୂଲ୍ୟ କେତେ ଓ ନିର୍ମାଣ କାରୀ ସଂସ୍ଥାର ନାମ ମଧ୍ୟ ଜାଣିନଥିବା ଉତ୍ତର ଦେଇଛନ୍ତି। ଦେବଗଡ଼ ପୂର୍ତ୍ତ ବିଭାଗ(ରାସ୍ତା ଓ ସୌଧ) ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ. ଅଶୋକ କୁମାର ସାହୁଙ୍କୁ ପଚାରିବାରୁ ଏଥିପ୍ରତି ସେ ଦୃଷ୍ଟି ଦେବେ ବୋଲି ଉତ୍ତର ଦେଇଛନ୍ତି। ଏଣୁ ଖୋଦ ଜିଲାପାଳ ଏଥିରେ ହସ୍ତକ୍ଷେପ କରିବାସହ ବ୍ୟୟ ଅଟକଳ ଅନୁଯାୟୀ ସଠିକ ମାନର ନିର୍ମାଣ କାର୍ଯ୍ୟ କରାଯିବା ସହ ନିର୍ମାଣ କାର୍ଯ୍ୟ ତଦାରଖ ଦାୟିତ୍ୱରେ ଥିବା ଦୁର୍ନିୀତିଖୋର ଯନ୍ତ୍ରୀ ଓ ନିର୍ମାଣକାରୀ ସଂସ୍ଥା ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବୀ ହେଉଛି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories