MEllora 950×100

ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ

ବେଗୁନିଆ: ଆଜି ବେଗୁନିଆ ବ୍ଲକ ପରିସରରେ ଥିବା ରାଜୀବଗାନ୍ଧୀ ସେବା କେନ୍ଦ୍ରରେ ୩୦୮ଜଣଙ୍କୁ ନୂତନ ଭତ୍ତା ବଣ୍ଟନ କରାଯାଇଛି। ବ୍ଲକରେ ଥିବା ୨୧ଟି ପଞ୍ଚାୟତର ବିଭିନ୍ନ ଗ୍ରାମରେ ବାର୍ଦ୍ଧକ୍ୟ, ବିଧବା ଏବଂ ଭିନ୍ନକ୍ଷମ ଭତ୍ତା ପାଇଁ ଦୀର୍ଘ ଦିନ ହେଲା ଆବେଦନ କରି ଅପେକ୍ଷା କରି ରହିଥିଲେ। ସେମାନଙ୍କ ମଧ୍ୟରୁ ଆଜି ୩୦୮ଜଣଙ୍କୁ ବ୍ଲକ ଅଧ୍ୟକ୍ଷ ଲଷ୍ମୀଧର ସୁବୁଦ୍ଧି ଏବଂ ବିଡିଓ ଲଷ୍ମୀଧର ସାହୁ ଭତ୍ତା ବଣ୍ଟନ କରିଛନ୍ତି। ଏବିଡିଓ ସୁମିତ୍ରା ଜେନା ଉପସ୍ଥିତ ଥିଲେ। ଜିପିଓ ଦେବାଶିଷ ସାହୁ ସଭା ପରିଚାଳନା କରିଥିଲେ। ଡବ୍ଲୁଇ ଓ ଦୀପିକା ରାଉତରାୟ ଏବଂ ବିଏସଏସ ଓ ପୂଜା ପୁଷ୍ପାଞ୍ଜଳି ଖଟେଇ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ଏହି କାର୍ଯ୍ୟକ୍ରମରେ ବିଭିନ୍ନ ପଂଚାୟତର ସରପଞ୍ଚ ଏବଂ ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଶେଷରେ ଜିପିଓ ଧନ୍ୟବାଦ ପ୍ରଦାନ କରିଥିଲେ।

Comments are closed.