www.samajalive.in
Sunday, December 14, 2025
14.1 C
Bhubaneswar

ପିକ୍‍ ଅପ୍‍-ବାଇକ ମୁହାଁମୁହିଁ, ୨ ବାଇକ୍‍ ଆରୋହୀ ମୃତ

ପାଟଣାଗଡ଼: ଶନିବାର ପାଟଣାଗଡ଼ ସହରରୁ ୫ କିମି ଦୂର ତଥା ପାଟଣାଗଡ଼-ପଦ୍ମପୁର ମରୁଆଁ ଛକ ନିକଟରେ ଏକ ପିକ୍‍ ଅପ୍‍ ଭ୍ୟାନ ସହ ୨ ଜଣ ବାଇକ ଆରୋହୀଙ୍କ ମୁହାଁମୁହିଁ ଧକ୍କା ହୋଇଛି। ଘଟଣାସ୍ଥଳରେ ହିଁ ଉଭୟ ବାଇକ ଆରୋହୀ ସୁରେନ୍ଦ୍ର ବରିହା ଏବଂ ଜୀବର୍ଦ୍ଧନ ବରିହାଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ଜଣାଯାଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ପଳାଉଥିବା ପିକ୍‍ ଅପ୍‍ ଭ୍ୟାନକୁ ପୁଲିସ ଅଟକାଇ ଜବତ କରିଛି। ଚାଳକକୁ କୋର୍ଟ ଚାଲାଣ କରାଯାଇଛି।

ପାଟଣାଗଡ଼ ବ୍ଲକ ତମିଆଁ ପଞ୍ଚାୟତର ଦାବକାନୀ ଗ୍ରାମର ସୁରେନ୍ଦ୍ର ବରିହା ଓ ମାମୁଁ ପୁଅ ଭାଇ ଜୀବର୍ଦ୍ଧନ ବରିହା କୌଣସି ଏକ ଘରୋଇ କାମରେ ମରୁଆଁ ଅନ୍ତର୍ଗତ ତାଳପଦର ଗ୍ରାମକୁ ଆସିଥିଲେ। କାମ ସାରି ଉଭୟେ ଓଡି-୦୩ଭି-୦୨୬୧ ନମ୍ବର ହିରୋ ଡିଲକ୍ସ ବାଇକରେ ଫେରୁଥିଲେ। ପାଟଣାଗଡ଼ରୁ ପାର୍ବତୀ ଟାନ୍ସପୋର୍ଟ, ମହାସମୁନ୍ଦ ଲେଖା ହୋଇଥିବା ସିଜି-୦୬ଜିଏକ୍ସ-୦୬୫୭ ପଦ୍ମପୁର ଆଡକୁ ଯାଉଥିଲା। ମରୁଆଁ ଛକ ନିକଟରେ ବାଇକ୍‍ ଓ ପିକ୍‍ ଅପ୍‍ ଭ୍ୟାନ ଧକ୍କା ହୋଇଥିଲା। ଫଳରେ ସୁରେନ୍ଦ୍ର ଓ ଜୀବର୍ଦ୍ଧନ ରାସ୍ତା ଉପରେ ଛିଟିକି ପଡ଼ିଥିଲେ। କେବଳ ସେତିକି ନୁହେଁ, ଉଭୟଙ୍କ ମୁଣ୍ଡ ଓ ଗୋଡରେ ଶକ୍ତ ଆଘାତ ଲାଗିବା ସହ ଘଟଣାସ୍ଥଳ ରକ୍ତାକ୍ତ ହୋଇଯାଇଥିଲା। ସେଠାରେ ହିଁ ଉଭୟଙ୍କ ପ୍ରାଣବାୟୁ ଉଡିଯାଇଥିଲା। ଅନ୍ୟପଟେ ଦୁର୍ଘଟଣା ଘଟାଇ ପିକ୍‍ ଅପ୍‍ ଭ୍ୟାନର ଚାଳକ ଗାଡି ସହ ଉକ୍ତ ରାସ୍ତାରେ ଫେରାର ମାରୁଥିବା ବେଳେ ତାଙ୍କୁ ଗଉଡପାଲିସ୍ଥିତ ଟୋଲ ଗେଟ୍‍ରେ ଅଟକାଇବା ପରେ ଥାନାକୁ ଅଣାଯାଇଥିଲା। ଦୁର୍ଘଟଣା ସଂପର୍କରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ୨ଟିକୁ ଆମ୍ବୁଲାନ୍ସ ଯୋଗେ ଆଣି ବ୍ୟବଚ୍ଛେଦ ବ୍ୟବସ୍ଥା କରିଥିଲା। ଏ ସଂକ୍ରାନ୍ତରେ ପାଟଣାଗଡ଼ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଥିବା ଥାନାଧିକାରୀ ଅନନ୍ତ କୁମାର ପ୍ରଧାନଙ୍କ ଠାରୁ ପ୍ରକାଶ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories