www.samajalive.in
Saturday, December 6, 2025
14.1 C
Bhubaneswar

ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବୃଦ୍ଧି ; ସାଧାରଣରେ ଅସନ୍ତୋଷ 

ବେଗୁନିଆ : ବେଗୁନିଆ ବ୍ଲକ ଅଞ୍ଚଳରେ ଚୋରା ଦେଶୀ ଓ ବିଦେଶୀ ମଦ କାରବାର ବନ୍ଦ ହେବାର ନାଁ ଧରୁନାହିଁ ।ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକ ସ୍ଥାନ ନିଶାଖୋରଙ୍କ ଆଡ୍ଡାସ୍ଥଳୀ ପାଲଟିଥିବାବେଳେ ଅବକାରୀ ବିଭାଗର ନିଷ୍କ୍ରିୟତା ପାଇଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ସନ୍ଧ୍ୟା ହେଲେ ଗ୍ରାମାଞ୍ଚଳର ବିଭିନ୍ନ ଛକ ମାନଙ୍କରେ ନିଶାଖୋରଙ୍କ ଆଡ୍ଡା ଜମୁଥିବାରୁ ଭଦ୍ରଲୋକମାନେ ଘରୁ ପଦାକୁ ବାହାରି ପାରୁନଥିବା ଅଭିଯୋଗ ହେଉଛି । ବେଗୁନିଆ ବ୍ଲକ ଅଞ୍ଚଳରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ଗ୍ରାମାଞ୍ଚଳର ବହୁ ମଦ ବ୍ୟବସାୟୀ ମାନଙ୍କୁ  ବିଦେଶୀ ମଦ ଯୋଗାଇଦେଉଛନ୍ତି । ସକାଳ୧୦ଟା ପରେ ସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ଖୋଲିବାର ନିୟମ ଥିବାବେଳେ ଏଠାରେ ଥିବା ବିଦେଶୀ ମଦ ଦୋକାନ ଗୁଡିକ ଭୋର ସମୟରେ ଗ୍ରାମାଞ୍ଚଳର ଏହି ନିଶା ବ୍ୟବସାୟୀ ମାନଙ୍କୁ ନିଜ କାଉଣ୍ଟରକୁ ଡକାଇ ମଦ ବିକ୍ରି କରୁଛନ୍ତି । ଏପରିକି କେତେକ ବିଦେଶୀ ମଦ କାଉଣ୍ଟରରେ ନକଲି ମଦ ମଧ୍ୟ ବିକ୍ରି କରାଯାଉଥିବା ଜନସାଧାରଣ ଅଭିଯୋଗ କରିଛନ୍ତି । ଦୋକାନ ଆଗରେ ଦର ତାଲିକା ମରା ନଯିବା ଯୋଗୁଁ ଦୋକାନୀ ମାନେ ଛପା ଯାଇଥିବା ଦର ଠାରୁ ବହୁ ଅଧିକ ଦାମ ନେଉଛନ୍ତି । ଯିଏ ଏଥିରେ ପ୍ରତିବାଦ କରୁଛି ତାକୁ ଦୁର୍ବ୍ୟବହାର କରାଯାଇ ମାଡ଼ ମରାଯାଉଛି ।
ବେଗୁନିଆ ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଦେଶୀ ମଦ ରନ୍ଧାଯାଇ ସ୍ଥାନୀୟ ଅଞ୍ଚଳରେ ବିକ୍ରି ହେଉଥିବାବେଳେ ବାହାରକୁ ଚାଲାଣ ହେଉଛି ।ଅବକାରୀ ବିଭାଗ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବା ବେଳେ, ଯେଉଁଠାରେ ଚଢ଼ାଉ କରାଯାଉଛି ସେଠାରେ କେବଳ ପୋଚ ନଷ୍ଟ କରା ଯାଉଥିବା ଅଭିଯୋଗ ହୋଇଛି।  ଏହି ଘଟଣା ଉପରେ ବିଭାଗୀୟ କମିଶନର ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories