ବେଗୁନିଆ : ବେଗୁନିଆ ବ୍ଲକ ଗଡ଼ମାଣତୀର ଗ୍ରାମର ଜଗନ୍ନାଥ ମନ୍ଦିର ନିକଟସ୍ଥ ଗଜଲଷ୍ମୀ ମଣ୍ଡପ ଠାରେ ମା କାମନା ଦେବୀ ଏଚ ପି ଗ୍ୟାସ ଗ୍ରାମୀଣ ବିତରକ ଦ୍ୱାରା ଏକ ଏଲ ପି ଜି ପଞ୍ଚାୟତ ଗଠନ କରାଯାଇଛି ।ଗଡମାଣତୀରର ଏଚ ପି ଗ୍ୟାସ ଡିଷ୍ଟ୍ରିବୁଟର ମନୋଜ କୁମାର ମଙ୍ଗରାଜ ଏହି ସଭାର ଆୟୋଜନ କରିଥିଲେ ।ଏଥିରେ ୫୦ରୁ ଉର୍ଧ୍ଵ ଉଜ୍ଜଳା ଉପଭୋକ୍ତା ମହିଳା ଅଂଶ ଗ୍ରହଣ କରିଥିଲେ ।ଏଚ ପି ସି ଏଲ ର ସିନିୟର ସେଲ୍ସ ଅଫିସର ଏକାଦଶୀ ବେହେରାଙ୍କ ତତ୍ୱାବଧାନରେ ଏଚ ପି ଗ୍ୟାସର ପ୍ରୋପାଇଟର ନୀଳାଦ୍ରି ପ୍ରସାଦ ଜଗଦେଵ ଉପସ୍ଥିତ ରହି ଉଜ୍ଜଳା ଗ୍ୟାସ ପାଇଁ କିପରି ଆବେଦନ କରିବେ, ଗ୍ୟାସର ବ୍ୟବହାର ଏବଂ ଇନ୍ଧନର ସଂରକ୍ଷଣ ବିଷୟରେ ମହିଳା ମାନଙ୍କୁ ବୁଝାଇବା ସହିତ ସଚେତନ କରିଥିଲେ ।
Popular Categories



