www.samajalive.in
Sunday, December 7, 2025
26.1 C
Bhubaneswar

ସମ୍ଭାବ୍ୟ ବାତ୍ୟା ନେଇ ଆଜି ଜିଲ୍ଳାପାଳଙ୍କ ସହ ଏସଆରସିଙ୍କ ଆଲୋଚନା

ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟାକୁ ନେଇ ଆଜି ଜିଲ୍ଲାପାଳ ମାନଙ୍କ ସହ ଏସଆରସି ଆଲୋଚନା କରିବେ । ଭିଡିଓ କନଫରେନ୍‌ସିଂ ମାଧ୍ୟମରେ ମଧ୍ୟାହ୍ନ ୧୨ଟାରେ ଜିଲ୍ଳାପାଳଙ୍କ ସହ ଏସଆରସି ଆଲୋଚନା କରିବେ ବୋଲି ସୂଚନା ଦିଆଯାଇଛି । ବାତ୍ୟା ମୁକାବିଲା ନେଇ ୧୮ଟି ଜିଲ୍ଳାର ଜିଲ୍ଳାପାଳଙ୍କୁ ଏସଆରସି ଚିଠି ଲେଖିଛନ୍ତି । ଚିଠିରେ ଲୋକଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି । ଜିଲ୍ଳା ଗୁଡ଼ିକରେ ୨୪ ଘଣ୍ଟିଆ ଏମରଜେନ୍ସି ଅପରେସନ ସେଣ୍ଟର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି । ତାହା ସହ ଆବଶ୍ୟକ ହେଲେ ଲୋକଙ୍କୁ ସ୍ଥାନାନ୍ତରଣ କରିବାକୁ କୁହାଯାଇଛି । ସ୍କୁଲ ଓ ସରକାରୀ ପକ୍କା ଘର ଗୁଡ଼ିକୁ ଅସ୍ଥାୟୀ ଆଶ୍ରୟ ସ୍ଥଳ ଭାବେ ବ୍ୟବହାର କରିବାକୁ ଚିଠିରେ ଏସଆରସି ପରାମର୍ଶ ଦେଇଛନ୍ତି । ୬ ତାରିଖ ସୁଦ୍ଧା ୩ ଜଣିଆ ଟିମକୁ ସେଲ୍ଟର ହୋମ୍‌ ଦାୟିତ୍ୱ ହସ୍ତାନ୍ତର କରିବାକୁ କୁହାଯାଇଛି । ଆଜି ଏସଆରସିଙ୍କ ସହ ହେବାକୁ ଥିବା ବୈଠକରେ ୧୮ଟି ଜିଲ୍ଳାର ଜିଲ୍ଳାପାଳ ଉପସ୍ଥିତ ରହିବେ । ଏଥିପାଇଁ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଗଞ୍ଜାମ, ଗଜପତି, କେନ୍ଦ୍ରାପଡ଼ା, ଯାଜପୁର, କଟକ, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଭଦ୍ରକ, ବାଲେଶ୍ୱର, କୋରାପୁଟ, ମାଲକାନଗିରି, ରାୟଗଡ଼ା ଓ କନ୍ଧମାଳ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ତହସିଲଦାର ଓ ବିଡିଓ ବତ୍ୟା ଆଶ୍ରୟ ସ୍ଥଳ ଗୁଡ଼ିକର ତଦାରଖ ରଖିବେ ବୋଲି କୁହାଯାଇଛି ।

Hot this week

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

Related Articles

Popular Categories