www.samajalive.in
Saturday, December 6, 2025
17.1 C
Bhubaneswar

ଛଣିଆ-ଗୋଡା କଂକ୍ରିଟ ରାସ୍ତା ଫାଟି ଆଁ ,ସାଧାରଣରେ ଅସନ୍ତୋଷ

ବେଗୁନିଆ: ବେଗୁନିଆ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧିନସ୍ଥ ଛଣିଆ-ଗୋଡା ରାସ୍ତାରେ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରାଯାଇଥିବା କଂକ୍ରିଟ ରାସ୍ତା ଫାଟି ଦୁଇଗଡ଼ ହୋଇଯାଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବିଯାଇଥିବା ଯୋଗୁଁ ଯାତାୟତରେ ଅସୁବିଧା ଦେଖାଦେଇଛି। ଫଳରେ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଉକ୍ତ ରାସ୍ତାରେ ପିଚୁ କାମ ହୋଇଥିବା ବେଳେ ଛଣିଆ ଗ୍ରାମ ମୁଣ୍ଡ ଠାରୁ ଗୋଡା ଗ୍ରାମ ମୁଣ୍ଡରେ ଥିବା ଏକ ପୋଲ ପର୍ଯ୍ୟନ୍ତ କୌଣସି କାରଣରୁ ରାସ୍ତା ତିଆରି ନହୋଇ ବର୍ଷ ବର୍ଷ ଧରି ପଡି ରହିଥିଲା। ସେହି ରାସ୍ତାରେ ଇତି ମଧ୍ୟରେ ବ୍ଲକ ତରଫରୁ ଖଣ୍ଡେ ରାସ୍ତା ଏମପି ଲ୍ୟାଡ଼ରେ କଂକ୍ରିଟ କରାଯାଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ପ୍ରାୟ ୪ ଶହ ମିଟର ରାସ୍ତା କଂକ୍ରିଟ କରାଯାଇଥିଲା। ସମ୍ପୂର୍ଣ ରାସ୍ତାଟି ଏପରି ନିର୍ମାଣ କରାଯାଇଛି ଯେ ଯଦି ଗୋଟିଏ ବଡ ଗାଡି ଗୋଟିଏ ପଟୁ ଯାଏ ତାହେଲେ ବିପରୀତ ଦିଗରୁ ଆସୁଥିବା ଗାଡି ତାକୁ ଅତିକ୍ରମ କରି ଯାଇପାରିବ ନାହିଁ। ଏଭଳି ଅଣ ଓସାରିଆ ରାସ୍ତାରେ କାର୍ଯ୍ୟ ନିମ୍ନ ମାନର କରାଯାଇଥିବା ଯୋଗୁଁ ରାସ୍ତା ସାରା ଫାଟ ସୃଷ୍ଟି ହୋଇଥିବା ବେଳେ ଅନେକ ସ୍ଥାନରେ ରାସ୍ତା ଦବିଯିବା ଯୋଗୁଁ ଲୋକମାନେ ଏହି ରାସ୍ତାରେ ନିରାପଦରେ ଯାତାୟାତ କରିପାରୁନାହାନ୍ତି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଦାବି ହେଉଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories