www.samajalive.in
Sunday, December 7, 2025
14.1 C
Bhubaneswar

ଶିଳ୍ପଦ୍ୟୋଗୀ ସଚେତନତା ସପ୍ତାହ ପାଳନ 

ବେଗୁନିଆ: ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତଃ ବିଜୁ ପଟ୍ଟନାୟକଙ୍କ ସ୍ମୃତିରେ ମାର୍ଚ୍ଚ ମାସ ୫ ତାରିଖରୁ୧୧ତାରିଖ ପର୍ଯ୍ୟନ୍ତ ରାଜ୍ୟ ଶିଳ୍ପ ବିଭାଗ ପାଳନ କରୁଛି ଶିଳ୍ପଦ୍ୟୋଗୀ ସଚେତନତା ସପ୍ତାହ । ଏହି ଅବସରରେ ଶିଳ୍ପ ବିଭାଗ ଓଡ଼ିଶା ସରକାରଙ୍କ ପ୍ରାୟୋଜନା ଓ ଜିଲ୍ଲା ଶିଳ୍ପ କେନ୍ଦ୍ର ଆୟୋଜନରେ ଅଟ୍ରି ହଟକେଶ୍ୱର ମନ୍ଦିର ପରିସରରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶିଳ୍ପ ବିଭାଗ ଭୁବନେଶ୍ବରର ସାଧାରଣ ପରିଚାଳକ ଗଗନ ବିହାରୀ ନାୟକ, ଆଇ ପି ଓ ଖୋର୍ଦ୍ଧା ସୁଶାନ୍ତ କୁମାର ବଡୁ, ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ସମାଜସେବୀ ଭାଗିରଥି ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ମିଲନ ପଥର ମୂର୍ତ୍ତି ଶିଳ୍ପ କେନ୍ଦ୍ରର ଶିଳ୍ପୀ କଳ୍ପତରୁ ପଣ୍ଡା ଆବାହନୀ ସଙ୍ଗୀତ ଗାନ କରିଥିଲେ । ଉଦ୍ୟୋଗୀ ଅଜୟକୁମାର ପଣ୍ଡା, ମହିଳା ଉଦ୍ୟୋଗୀ ବାସନ୍ତୀ ମୁଦୁଲି, ବିଭୁଦତ୍ତ ବେହେରା, ଶିଳ୍ପୀ ରାଜକିଶୋର ସାହୁ, ବିଚିତ୍ରାନନ୍ଦ ପ୍ରଧାନ ଏବଂ ସତ୍ୟବ୍ରତ ସେଠୀ ପ୍ରମୁଖ ଯୋଗ ଦେଇ ଶିଳ୍ପଦ୍ୟୋଗୀମାନଙ୍କ ସମସ୍ୟା ଓ ତାର ସମାଧାନ ବିଷୟରେ ଆଲୋଚନା କରିଥିଲେ । ଶେଷରେ ସମାଜସେବୀ ଦୟାନିଧି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories