www.samajalive.in
Friday, December 12, 2025
26.1 C
Bhubaneswar

ପରିତ୍ୟକ୍ତ ଅବସ୍ଥାରେ ପଡିଛି ଯନ୍ତ୍ରୀଙ୍କ କାର୍ଯ୍ୟାଳୟ : ଚତୁର୍ଥ ଶ୍ରେଣୀ କର୍ମଚାରୀ ହିଁ ଭରସା

ବେଗୁନିଆ : ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଲାଗି ବେଗୁନିଆ ବ୍ଲକ ସାମନାରେ ଥିବା  ରାସ୍ତା ଓ ଗୃହ ନିର୍ମାଣ(ପୂର୍ତ୍ତ) ବିଭାଗ ଅଧିନସ୍ଥ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳୁଛି । ଏଠାରେ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ଼ ଦବିବା ଘଟଣାରେ ଭୁବନେଶ୍ୱର ବଦଳି କରାଯାଇଛି । ଫଳରେ ଏଠାରେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଏବଂ ଜଣେ ୱାର୍କ ସରକାରଙ୍କୁ ନେଇ କାର୍ଯ୍ୟାଳୟ ଚାଲିଛି । ୱାର୍କ ସରକାର କାମ କଥା ବୁଝୁଥିବାବେଳେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ କାର୍ଯ୍ୟାଳୟ ଦାୟିତ୍ୱରେ ଥିବାବେଳେ ଅନ୍ୟ ଜଣେ ବିଭାଗ ଅଧୀନରେ ଥିବା ବଙ୍ଗଳା ଦାୟିତ୍ୱରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛୁଟିରେ ଗଲେ କାର୍ଯ୍ୟାଳୟ ସହିତ ବଙ୍ଗଳାରେ ତାଲା ଝୁଲିଥାଏ । ଏଠାରେ ଏହି କାର୍ଯ୍ୟାଳୟ ସହିତ ଅନେକ କାର୍ଯ୍ୟାଳୟର ଅବସ୍ଥା ଏବେ ଏହିପରି । ଏହି କାର୍ଯ୍ୟାଳୟକୁ ଦେଖିଲେ ସମ୍ପୃକ୍ତ ବିଭାଗ ଦ୍ଵାରା ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ସ୍ଥାନରେ ହେଉଥିବା ରାସ୍ତା  କାମ  କିପରି ହେଉଥିବ ତାହା ସହଜରେ ଜଣେ ଅନୁମାନ କରି ପାରୁଥିବ । ଏହି କାର୍ଯ୍ୟାଳୟର ସାମନା ବଣ ଜଙ୍ଗଲରେ ଭର୍ତ୍ତି ହୋଇଥିବା ବେଳେ ଭିତର ମଧ୍ୟ ବହୁ ଅନାବନା ଗଛରେ ଭର୍ତ୍ତି ହୋଇଛି । ସେଗୁଡିକ କାଟି ସଫା କରିବା ସହ ପରିଷ୍କାର ପରିଛନ୍ନ କରିବା କ୍ଷେତ୍ରରେ ବିଭାଗୀୟ କର୍ମଚାରୀ କୌଣସି ପଦକ୍ଷେପ ନେଉନାହାନ୍ତି । ଫଳରେ ବହୁ ସରୀସୃପ ଏଠାରେ ବାସ କରୁଥିବାର ଦେଖିବାକୁ ମିଳୁଛି । ଏହା ବର୍ତ୍ତମାନ ଏକ ଭୂତକୋଠି ଭଳି ଦେଖାଯାଉଛି । ଯେକୌଣସି ସମୟରେ ଏହି କାର୍ଯ୍ୟାଳୟକୁ ଗଲେ କୌଣସି ଜଣେ କର୍ମଚାରୀଙ୍କୁ  ଏଠାରେ ଦେଖିବାକୁ ମିଳେନାହିଁ ବରଂ ଚବିଶ ଘଣ୍ଟା ମୁଖ୍ୟ ଫାଟକରେ ତାଲା ପଡି ରହିଥାଏ । ଏବେ କିଛି ଦିନ ହେଲା କାହା ନିର୍ଦେଶରେ କାର୍ଯ୍ୟାଳୟର ମୁଖ୍ୟ ଫାଟକ ଟିକୁ ଚତୁର୍ଥ ଶ୍ରେଣୀ କର୍ମଚାରୀ ଜଣକ ଦିନ୧୦ଟାରୁ ୫ଟା ପର୍ଯ୍ୟନ୍ତ ଖୋଲା ରଖୁଛନ୍ତି । କିନ୍ତୁ ଭିତରକୁ ଗଲେ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ତାଙ୍କର ସରକାରୀ ବସଗୃହରେ  ଚବିଶ ଘଣ୍ଟା ତାଲା ଝୁଲୁଥିବାର ଦେଖିବାକୁ ମିଳିଥାଏ । କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ଘରର ଆଜବେଷ୍ଟସ ଠାରୁ ଆରମ୍ଭ କରି କବାଟ ଗୁଡିକ କେହି ଖୋଲି ନେଇଯାଇଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସହକାରୀ ଯନ୍ତ୍ରୀଙ୍କ ବାସଗୃହରେ ବର୍ଷ ବର୍ଷ ଧରି କେହି ରହୁ ନଥିବା ଯୋଗୁଁ ତାହା ଭାଙ୍ଗି ରୁଜି ଯିବାବେଳେ ସେହି ଘରେ ଉଇ ହୁଙ୍କା ହୋଇ ସରୀସୃପ ମାନଙ୍କର ବାସସ୍ଥାନ ପାଲଟିଛି । ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ଏବଂ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କାରେ ହୋଇଥିବା କାର୍ଯ୍ୟାଳୟ ବିଲଡିଂ ସହିତ ବାସଗୃହ ଖୁବ କମ୍ ଦିନ ମଧ୍ୟରେ ଭୁଶୁଡି ପଡିବାର ଆଶଙ୍କା ପ୍ରକାଶ ପାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories