ବାଣପୁର: ବାଲୁଗାଁ ଥାନା ୧୬ ନମ୍ବର ଜାତୀୟ ରାଜପଥ ଧୂଆଁଳ ଓଭର ବ୍ରିଜ ନିକଟରେ ହୁତୁ ହୁତୁ ହୋଇ ଜଳିଗଲା ଏକ ଇଭି କାର । ଏଥିରେ କାହାର କିଛି କ୍ଷତି ହୋଇନଥିବା ଜଣାପଡିଛି । ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଏକ ଇଲେକଟ୍ରିକ ଟାଟା ନେକ୍ସନ କାର ଯାଉଥିବା ବେଳେ ଚାଳକ ଦେଖିଲେ ହଠାତ ଗାଡ଼ିରୁ ଧୂଆଁ ବାହାରୁଛି । ଚାଳକ ଗାଡିକୁ ରାସ୍ତା କଡରେ ରଖି ଗାଡ଼ିରୁ ଓହ୍ଲାଇ ପଡ଼ିଥିଲେ । ହଠାତ ଗାଡିଟି ହୁତୁହୁତୁ ହୋଇ ଜଳି ଯାଇଥିଲା । ପରେ ବାଲୁଗାଁ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଁଆକୁ ଆୟତ୍ତ କରିବା ବେଳକୁ ଗାଡିଟି ସମ୍ପୂର୍ଣ୍ଣ ଭାବରେ ଜଳି ଯାଇଥିଲା । ଏହି ଗାଡ଼ିରେ କେବଳ ଚାଳକ ଧିରେନ ସ୍ୱାଇଁ ଏକୁଟିଆ ଥିବାବେଳେ ସେ ଜଣେ ଡାକ୍ତର ବୋଲି ଜଣାପଡିଛି । ବାଲୁଗାଁ ଥାନାରେ ଅଭିଯୋଗ ହେବା ପରେ ପୁଲିସ ତଦନ୍ତ ଚଳାଇଛି ।



