ଆରଡି: ମହାମାରୀ କରୋନାର ଭୟଭୟତାକୁ ନେଇ ଜାନୁଆରୀ ୧୦ରୁ ୩୧ଯାଏଁ ବନ୍ଦ ହୋଇଥିବା ଆରଡିପୀଠର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଆସନ୍ତାକାଲି(ମଙ୍ଗଳବାର) କୋଭିଡ କଟକଣା ମଧ୍ୟରେ ଖୋଲିବ ବୋଲି ମନ୍ଦିର ପରିଚାଳକ ବିଦ୍ୟାଧର ପଲାଇ ସୂଚନା ଦେଇଛନ୍ତି। ପୂର୍ବପରି କୋଭିଡ ନିୟମ ପାଳନ କରି ଶ୍ରଦ୍ଧାଳୁଭକ୍ତମାନେ ମାକ୍ସ ବ୍ୟବହାର କରିବା ସହ ସାମାଜିକ ଦୂରତା ଅବଲମ୍ବନ କରି ମନ୍ଦିରକୁ ଯିବା ସହ ମଣିବାବାଙ୍କୁ ଦର୍ଶନ କରିବେ କରିପାରିବେ। ଏପରିକି ମନ୍ଦିର ଭିତରେ କୌଣସି ପୂଜାର୍ଚ୍ଚନା ଓ ଭିଡ ନ ଜମାଇବା ପାଇଁ ପ୍ରଶାସନ ପକ୍ଷରଚ ପରାମର୍ଶ ଦିଆଯାଇଛି। ଏହାସହ ସାପ୍ତାହିକ ପ୍ରତି ଶନିବାର ମନ୍ଦିର ସାନିଟାଇଜ ପାଇଁ ବନ୍ଦ ରହିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



