www.samajalive.in
Friday, December 12, 2025
23.1 C
Bhubaneswar

ଗଞ୍ଜାମ ଜିଲାପାଳଙ୍କ ୮ଟି ସ୍କୁଲ ପରିଦର୍ଶନ, ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟ ତଦାରଖ

ଗଞ୍ଜାମ : ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ ସୋମବାର ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠରେ ଚାଲିଥିବା ସ୍ମାର୍ଟ କ୍ଲାସ ରୁମ କାର୍ଯ୍ୟର ତଦାରଖ କରିଥିଲେ। ଏହି ତଦାରଖ ସମୟରେ ଗଞ୍ଜାମ ବ୍ଲକ ବିଡ଼ିଓ ବିଶ୍ୱଜିତ ରାୟ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ବିଜୟ କୁମାର ବେହେରା,ପୁରାତନ ଛାତ୍ର ରବୀନ୍ଦ୍ର କୁମାର ପଣ୍ଡା, ହାଇସ୍କୁଲ କିରାଣୀ ହରିହର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ସ୍ମାର୍ଟ କ୍ଲାସ ରୁମ, ଇ -ଗ୍ରନ୍ଥାଗାର, ବିଜ୍ଞାନଗାର, ଶୌଚାଳୟ, ଖେଳ ପଡିଆର ସୌନ୍ଦର୍ଯ୍ୟକରଣ ହେବ ଏବଂ ଦେଢ଼ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ କରିବାକୁ ଜିଲାପାଳ ପରାମର୍ଶ ଦେଇଛନ୍ତି ବୋଲି ଏହି ଅବସରରେ ସୂଚନା ଦିଆଯାଇଥିଲା। ଏହାପରେ ଜିଲାପାଳ ଅମୃତ କୁଲାଙ୍ଗେ ଗଞ୍ଜାମ ବାଳିକା ବିଦ୍ୟାଳୟ, ହୁମା ବୀରଭଦ୍ର ସ୍କୁଲ, ସନ୍ତୋଷ ପୁର, ମଲାଡ଼, ସମେତ ୮ଟି ସ୍କୁଲ ପରିଦର୍ଶନ କରିଥିଲେ।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories