www.samajalive.in
Friday, December 12, 2025
23.1 C
Bhubaneswar

ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ନେଇ ଚାଲିଛି ବେଗୁନିଆ ରାସ୍ତା ଓ ଗୃହ ନିର୍ମାଣ ବିଭାଗ ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ

ବେଗୁନିଆ: ଖୋର୍ଦ୍ଧା-ବଲାଙ୍ଗୀର ୫୭ ନଂ ଜାତୀୟ ରାଜପଥକୁ ଲାଗି ବେଗୁନିଆ ବ୍ଲକ ସାମନାରେ ଥିବା ରାସ୍ତା ଓ ଗୃହ ନିର୍ମାଣ(ପୂର୍ତ୍ତ) ବିଭାଗ ଅଧିନସ୍ଥ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏବେ ସହକାରୀ ଯନ୍ତ୍ରୀ ନଥିବା ଯୋଗୁଁ କାର୍ୟ୍ୟାଳୟଟି ପରିତ୍ୟକ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ମିଳୁଛି। ଏଠାରେ ଦାୟିତ୍ୱରେ ଥିବା ଭାରପ୍ରାପ୍ତ ସହକାରୀ ଯନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ହେଲିପ୍ୟାଡ଼ ଦବିବା ଘଟଣାରେ ଭୁବନେଶ୍ୱର ବଦଳି କରାଯାଇଛି। ଫଳରେ ଏଠାରେ ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ରହିଛନ୍ତି। ଦୁଇଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମଧ୍ୟରୁ ଜଣେ କାର୍ୟ୍ୟାଳୟ ଦାୟିତ୍ୱରେ ଥିବାବେଳେ ଅନ୍ୟ ଜଣେ ବିଭାଗ ଅଧୀନରେ ଥିବା ବଙ୍ଗଳା ଦାୟିତ୍ୱରେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଛୁଟିରେ ଗଲେ କାର୍ୟ୍ୟାଳୟ ସହିତ ବଙ୍ଗଳାରେ ତାଲା ଝୁଲିଥାଏ। ଏଠାରେ ଏହି କାର୍ୟ୍ୟାଳୟ ସହିତ ଅନେକ କାର୍ୟ୍ୟାଳୟର ଅବସ୍ଥା ଏବେ ଏହିପରି। ଏହି କାର୍ୟ୍ୟାଳୟକୁ ଦେଖିଲେ ସମ୍ପୃକ୍ତ ବିଭାଗ ଦ୍ବାରା ଜନସାଧାରଣଙ୍କ ହିତ ପାଇଁ ବିଭିନ୍ନ ସ୍ଥାନରେ ହେଉଥିବା ରାସ୍ତା କାମ କିପରି ହେଉଥିବ ତାହା ସହଜରେ ଜଣେ ଅନୁମାନ କରି ପାରୁଥିବ। ଏହି କାର୍ୟ୍ୟାଳୟର ସାମନା ବଣ ଜଙ୍ଗଲରେ ଭର୍ତ୍ତି ହୋଇଥିବା ବେଳେ ଭିତର ମଧ୍ୟ ବହୁ ଅନାବନା ଗଛରେ ଭର୍ତ୍ତି ହୋଇଛି। ସେଗୁଡିକ କାଟି ସଫା କରିବା ସହ ପରିଷ୍କାର ପରିଚ୍ଛନ୍ନ କରିବା କ୍ଷେତ୍ରରେ ବିଭାଗୀୟ କର୍ମଚାରୀ କୌଣସି ପଦକ୍ଷେପ ନେଉନାହାନ୍ତି।

 

- Advertisement -

ଫଳରେ ବହୁ ସରୀସୃପ ଏଠାରେ ବାସ କରୁଥିବାର ଦେଖିବାକୁ ମିଳୁଛି। ଏହା ବର୍ତ୍ତମାନ ଏକ ଭୂତକୋଠି ଭଳି ଦେଖାଯାଉଛି। ସହକାରୀ ଯନ୍ତ୍ରୀଙ୍କ କାର୍ୟ୍ୟାଳୟ ଠାରୁ ଆରମ୍ଭ କରି ତାଙ୍କର ସରକାରୀ ବାସଗୃହରେ ୨୪ ଘଣ୍ଟା ତାଲା ଝୁଲୁଥିବାର ଦେଖିବାକୁ ମିଳିଥାଏ। କାର୍ୟ୍ୟାଳୟକୁ ଲାଗି ରହିଥିବା ଏକ ଘରର ଆଜବେଷ୍ଟସ ଠାରୁ ଆରମ୍ଭ କରି କବାଟ ଗୁଡିକ କେହି ଖୋଲି ନେଇଯାଇଥିବାବେଳେ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ସହକାରୀ ଯନ୍ତ୍ରୀଙ୍କ ବାସଗୃହରେ ବର୍ଷ ବର୍ଷ ଧରି କେହି ରହୁ ନଥିବା ଯୋଗୁଁ ତାହା ଭାଙ୍ଗି ରୁଜି ଯିବାବେଳେ ସେହି ଘରେ ଉଇ ହୁଙ୍କା ହୋଇ ସରୀସୃପ ମାନଙ୍କର ବାସସ୍ଥାନ ପାଲଟିଛି। ସହକାରୀ ଯନ୍ତ୍ରୀଙ୍କ ଅନୁପସ୍ଥିତି ଏବଂ ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ କୋଟି କୋଟି ଟଙ୍କାରେ ହୋଇଥିବା କାର୍ୟ୍ୟାଳୟ ବିଲଡିଂ ସହିତ ବାସଗୃହ ଖୁବ କମ ଦିନ ମଧ୍ୟରେ ଭୁଶୁଡି ପଡିବାର ଆଶଙ୍କା ପ୍ରକାଶ ପାଇଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଜାପାନରେ ୬.୭ ତୀବ୍ରତାର ଭୂକମ୍ପ : ସୁନାମି ସତର୍କତା ଜାରି

ଟୋକିଓ : ଆଜି ସକାଳେ ଜାପାନର ଉତ୍ତର ପୂର୍ବ ଉପକୂଳରେ ଶକ୍ତିଶାଳୀ...

ପାକ୍‌ ମାଛଧରା ବୋଟ ଜବତ, ୧୧ ଗିରଫ

ଅହମଦାବାଦ : ତଟରକ୍ଷୀ ବାହିନୀ ପକ୍ଷରୁ ବୁଧବାର ଗୁଜରାଟର ଊପକୂଳସ୍ଥ ଆରବ...

୬ମାସ ଦରମା ପାଇନାହାନ୍ତି ପାକିସ୍ତାନ ପୁଲିସ

କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର...

ଘାଟିକୁ ଖସିଲା ଯାତ୍ରୀବାହୀ ବସ୍ , ଚାଲିଗଲା ୯ ଜୀବନ

ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶର ଆଲୁରି ସୀତାରାମ ରାଜୁ ଜିଲ୍ଲାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା...

‘ନେହେରୁଙ୍କ ପକ୍ଷପାତିତା ପାଇଁ ବନ୍ଦେ ମାତରମ୍ ଜାତୀୟ ସଙ୍ଗୀତ ମାନ୍ୟତାରୁ ବଞ୍ଚିତ’

ନୂଆଦିଲ୍ଲୀ : ଗୁରୁବାର ରାଜ୍ୟସଭାରେ ରାଷ୍ଟ୍ରଗୀତ ବନ୍ଦେ ମାତରମ୍ ଉପରେ ଦ୍ବିତୀୟ...

Related Articles

Popular Categories