www.samajalive.in
Friday, December 5, 2025
23.1 C
Bhubaneswar

ପ୍ରେମ ସାର୍ଥକ ପାଇଁ ପାରଳାଖେମୁଣ୍ଡିରେ ସ୍ଲୋଭାକିଆ ଯୁବତୀ; ମନ୍ଦିରରେ ପଡ଼ିଲା ହାତଗଣ୍ଠି

ପାରଳାଖେମୁଣ୍ଡି: ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ରାମଲିଙ୍ଗେଶ୍ବର ମନ୍ଦିରରେ ଅନୁଷ୍ଠିତ ଏକ ବିବାହକୁ ନେଇ ର୍ଚଚ୍ଚା ଜୋର ଧରିଛି। ସିଙ୍ଗାପୁରରେ ରହଣି କାଳରେ ଗଢି ଉଠିଥିବା ପ୍ରେମ ସମ୍ପର୍କକୁ ସାର୍ଥକ ରୂପ ଦେବାକୁ ସାତଦରିଆ ପାର କରି ସ୍ଲୋଭାକିଆ ଦେଶରେ ଯୁବତୀ ପାରଳାଖେମୁଣ୍ଡିରେ ପହଞ୍ଚି ମନର ମଣିଷ ସହ ଏକ ମନ୍ଦିରରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଯୁବକଜଣକ ପାରଳାଖେମୁଣ୍ଡି ସହରର ରାଜୀବ ମିଶାଲ ଏବଂ ଯୁବତୀଜଣକ ହେଲେ ସ୍ଲୋଭାକିଆ ଦେଶର ନିଟ୍ରା ସହରର ଏନା। ରାଜବୀ ସିଙ୍ଗାପୁରରେ କାମ କରୁଥିବା ବେଳେ ସ୍ଲୋଭାକିଆର ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ବ୍ୟକ୍ତିଗତ କାରଣରୁ ରାଜୀବ ପାରଳାଖେମୁଣ୍ଡି ଚାଲି ଆସିଥିଲେ। ସେପଟେ ନିଜର ପ୍ରେମ ସର୍ମ୍ପକକୁ ସାର୍ଥକ କରିବା ଲାଗି ସାତଦରିଆ ପାର ହୋଇ ଏନା ପାରଳାଖେମୁଣ୍ଡିରେ ପହଞ୍ଚିଥିଲେ। ବୁଧବାର ହିନ୍ଦୁ ରୀତିନୀତିରେ ରାମଲିଙ୍ଗେଶ୍ବର ମନ୍ଦିରରେ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥିଲା। ବିବାହ ପରେ ଏନା ବର୍ତ୍ତମାନ ନୂଆ ନାମ ଅନନ୍ୟା ପାଇଛନ୍ତି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଏନା ପର୍ଯ୍ୟଟକ ଭିସାରେ ଭାରତକୁ ଆସିଥିବା ଜଣାପଡିଛି। ପାରଳାଖେମୁଣ୍ଡି ଆର୍ଦଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କୁ ଯୋଗାଯୋଗ କରିବାରୁ ଜିଲା ଗୁଇନ୍ଦା ବିଭାଗ ବିଦେଶୀ ନାଗରିକଙ୍କ ତଥ୍ୟ ରଖୁଥିବା ଜଣାଇଛନ୍ତି। ସେହିପରି ଗଜପତି ଜିଲା ଗୁଇନ୍ଦା ବିଭାଗ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରିବାରୁ ଆମ ନିକଟରେ କୌଣସି ଖବର ନଥିବା ଜଣାଇଛନ୍ତି।

Hot this week

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

Related Articles

Popular Categories