ବେଗୁନିଆ: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ ୩ ଟି ଜିଲା ପରିଷଦ ଜୋନ ଏବଂ ୨୧ଟି ପଞ୍ଚାୟତକୁ ନେଇ ଗଠିତ। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ଏଠାରେ କ୍ଲିନ ସ୍ୱିପ କରିଥିବାବେଳେ ଅନ୍ୟ ଦଳ ଖାତା ଖୋଲିବାରେ ସହାୟକ ହୋଇ ପାରିନାହାନ୍ତି। ଏଠାରେ ଭୋଟରମାନେ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ଶାସନରେ ଅନୁପ୍ରାଣିତ ହୋଇ ଏକ ପାଖିଆ ବିଜେଡିକୁ ଭୋଟ ଦେଇ ବିଜୟୀ କରାଇଛନ୍ତି। କଂଗ୍ରେସ ନେତା ପ୍ରଦୀପକୁମାର ସାହୁ ବିଜେଡିରେ ମିଶିବା ପରେ କଂଗ୍ରସ ଦଳ ଏଠାରେ ନେତା ଶୂନ୍ୟ ହୋଇଯାଇଛି। ଅନ୍ୟପକ୍ଷରେ ବିଜେଡି ପଞ୍ଚାୟତ ଠାରୁ ଆରମ୍ଭ କରି ୩ ଟି ଜିଲ୍ଲା ପରିସଦ ଆସନ ହାତେଇବାରେ ସକ୍ଷମ ହୋଇଛି। ବେଗୁନିଆ ବ୍ଲକରେ ୩ ଟି ଜିଲା ପରିଷଦ ଯୋନ ରହିଥିବା ବେଳେ ୨୨ ନଂ ଜିଲା ପରିଷଦ ଜୋନରେ ବିଜେଡିର ପ୍ରକାଶ ଚନ୍ଦ୍ର ସାହୁ ୧୪,୬୧୧ଖଣ୍ଡ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ସରୋଜକୁମାର ମହାପାତ୍ରଙ୍କ ଠାରୁ ବିଜୟୀ ହୋଇଛନ୍ତି। ପ୍ରକାଶ ୨୦,୨୩୧ଖଣ୍ଡ ଭୋଟ ପାଇଥିବାବେଳେ ସରୋଜ ୫,୬୨୦ଖଣ୍ଡ ଭୋଟ ପାଇଛନ୍ତି। ୨୩ନଂ ଜୋନରେ ବିଜେଡି ପ୍ରାର୍ଥୀ ଅନାଦି ସାହୁ ତାଙ୍କର ନିକଟତ୍ତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀ ଜିତେନ୍ଦ୍ର କୁମାର ସାହୁଙ୍କ ଠାରୁ ୬,୬୦୭ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି । ଅନାଦି ୧୫,୪୨୦ଖଣ୍ଡ ଭୋଟ ପାଇଥିବାବେଳେ ଜିତେନ୍ଦ୍ର ୮,୮୧୩ ଖଣ୍ଡ ଭୋଟ ପାଇଛନ୍ତି ।
୨୪ ନଂ ଜୋନ ମଧ୍ୟ ବିଜେଡି ଦଖଲ କରିବାରେ ସକ୍ଷମ ହୋଇଛି। ୨୪ ନଂ ଜିଲା ପରିଷଦ ଜୋନ ବିଜେଡି ପ୍ରାର୍ଥୀନି ତନୁଜା ପାଟଶାଣୀ ତାଙ୍କର ନିକଟତ୍ତମ ପ୍ରତିଦ୍ବନ୍ଦୀ ବିଜେପି ପ୍ରାର୍ଥୀନି ଶ୍ୱେତସିନୀ ରଣବିଜୁଳିଙ୍କ ଠାରୁ ୧୦,୭୯୭ ଖଣ୍ଡ ଭୋଟ ଅଧିକ ପାଇ ବିଜୟୀ ହୋଇଛନ୍ତି। ତନୁଜା ୧୭,୪୪୩ଖଣ୍ଡ ଭୋଟ ପାଇଥିବାବେଳେ ଶ୍ୱେତସିନୀ ୬୬୪୬ ଖଣ୍ଡ ଭୋଟ ପାଇଥିବାର ଜଣାପଡିଛି।
୨୨ ନଂ ଜିଲା ପରିଷଦ ଜୋନ ଅଧୀନରେ ଥିବା ୭ ଟି ପଞ୍ଚାୟତ ବଡବେରଣା ସରପଞ୍ଚ ଭାବେ ଅସିତ ତ୍ରିପାଠୀ, ସମିତି ସଭ୍ୟ ମିନତୀ ଲତା ମହାପାତ୍ର, ସିମୋର ସରପଞ୍ଚ ହାଡୁବନ୍ଧୁ ମହାପାତ୍ର,ସମିତି ସଭ୍ୟ ନଳିନୀ ପଣ୍ଡା, କଣ୍ଟାବାଡ଼ ସରପଞ୍ଚ ବିଳାଶ ବେହେରା, ସମିତିସଭ୍ୟ ମାମା ନାୟକ, ପୋଡାଡିହ ସରପଞ୍ଚ ଲତା ସେଠୀ, ସମିତି ସଭ୍ୟ ଅଲେଖ ବେହେରା, ପଙ୍ଗାର ସିଂହସରପଞ୍ଚ ଲାବନ୍ୟ ଜୟସିଂ, ସମିତି ସଭ୍ୟ ସଞ୍ଜୟ ଦେହୁରୀ, ବାଘମାରୀ ସରପଞ୍ଚ ମାନସ ରଞ୍ଜନ ବିଶ୍ୱାଳ ,ସମିତି ସଭ୍ୟ ନବନିତା ମହାନ୍ତି , ସାରୁଅ ସରପଞ୍ଚ ରଞ୍ଜିତା ମହାଭୋଇ, ସମିତି ସଭ୍ୟ ଲଷ୍ମୀଧର ସୁବୁଦ୍ଧି ନିର୍ବାଚିତ ହୋଇଛନ୍ତି। ୨୩ ନଂ ଜୋନ ଅଧୀନରେ ଥିବା ୬ ଟି ପଞ୍ଚାୟତ ଯଥା ବେଗୁନିଆ ସରପଞ୍ଚ ସତ୍ୟନାରାୟଣ ପ୍ରଧାନ, ସମିତି ସଭ୍ୟ ପ୍ରକାଶ ଚନ୍ଦ୍ର ବଳିଆରସିଂହ, କୁଞ୍ଜୁରୀ ସରପଞ୍ଚ ପ୍ରଣତି ସାହୁ, ସମିତି ସଭ୍ୟ ସୁବାସିନୀ ସାହୁ, ଡିଙ୍ଗର ସରପଞ୍ଚ ବିଜୟଲକ୍ଷ୍ମୀ ବେହେରା, ସମିତି ସଭ୍ୟ ଆରତୀ ସାହୁ, ଦୁର୍ଗାପୁର ସରପଞ୍ଚ ଦେବାଶିଷ ବେହେରା, ସମିତି ସଭ୍ୟ ସାବିତ୍ରୀ ମହାପାତ୍ର, ରାଧକାନ୍ତପୁର ସରପଞ୍ଚ ଜୁଲିତା ଦାଶ, ସମିତି ସଭ୍ୟ ମନୋରମା ସାହୁ, ରାଉତପଡା ସରପଞ୍ଚ ଶାନ୍ତିଲତା ଦାଶ, ସମିତି ସଭ୍ୟ ପୁଷ୍ପଲତା ପାଇକରାୟ ନିର୍ବାଚିତ ହୋଇଛନ୍ତି।
୨୪ ନଂ ଜୋନ ଅଧୀନରେ ୮ ଟି ପଞ୍ଚାୟତ ଥିବାବେଳେ ସିକୋ ପଞ୍ଚାୟତ ର ସରପଞ୍ଚ ଭାବେ ସନ୍ତୋସି ରାୟ ,ସମିତି ସଭ୍ୟ ଅଞ୍ଜଳୀ ସାହୁ ,ଦେଉଳି ପଞ୍ଚାୟତ ର ସରପଞ୍ଚ ଅକ୍ଷୟ ରାଉତରାୟ ,ସମିତି ସଭ୍ୟ ନମିତା ବେହେରା ,ଗୋବିନ୍ଦପୁର ପଞ୍ଚାୟତ ର ସରପଞ୍ଚ ପ୍ରାଚୀ ପ୍ରତୁଷା ଖଟେଇ ,ସମିତି ସଭ୍ୟ ସରୋଜିନୀ ସାହୁ ,ହଜ ପଞ୍ଚାୟତ ର ସରପଞ୍ଚ ଦମୟନ୍ତୀ ସାମନ୍ତରାୟ, ସମିତି ସଭ୍ୟ ଦିଲ୍ଲୀପ ବଡ଼ଜେନା ,ଗଡ଼ମାଣତିର ପଞ୍ଚାୟତ ର ସରପଞ୍ଚ କରୁଣାକର ଦଳସିଂହରାୟ ,ସମିତି ସଭ୍ୟ ସଦାଶିବ ସୁନ୍ଦରାୟ ,ଶଗଡ଼ଭଙ୍ଗା ପଞ୍ଚାୟତ ର ସରପଞ୍ଚ ଲୀଲା ସ୍ୱାଇଁ, ସମିତି ସଭ୍ୟ ଦୁର୍ଗା ମଙ୍ଗରାଜ ,ବୋତଳମା ପଞ୍ଚାୟତ ର ସରପଞ୍ଚ ପ୍ରମୋଦ କୁମାର ଦଳେଇ ,ସମିତି ସଭ୍ୟ ଭରତ ଚରଣ ଛୋଟରାୟ ,ଏବଂ ହୀରାପୁର ପଞ୍ଚାୟତ ର ସରପଞ୍ଚ ଆରତ ମାଝୀ, ସମିତି ସଭ୍ୟ ଭାବେ ଭଗବାନ ପ୍ରଧାନ ନିର୍ବାଚିତ ହୋଇଥିବାର ଜଣାପଡିଛି ।ଏମାନଙ୍କ ମଧ୍ୟରୁ ଅଧିକାଂଶ ବିଜେଡିର ହୋଇଥିବାବେଳେ କେତେକ ପଞ୍ଚାୟତ ରେ ସ୍ୱାଧୀନ ସଭ୍ୟ ମଧ୍ୟ ନିର୍ବାଚିତ ହୋଇଛନ୍ତି ।



