ହାଇଓ୍ୱା ଧକ୍କାରେ ଲୁନା ଚାଳକ ମୃତ

ବେଗୁନିଆ – ବାଘମାରୀ ଥାନା ଅନ୍ତର୍ଗତ ସାରୁଅ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପ ଆଗରେ ଜଣେ ଲୁନା ଅରୋହୀଙ୍କ ଉପରେ ହାଇଓ୍ୱା ମାଡି ଯିବାରୁ ତାଙ୍କର ମୃତ୍ୟୁ ହୋଇଛି ।

କୋଟପଲ୍ଲା ଗ୍ରାମର ବାନାମ୍ବର ସାହୁ ଶନିବାର ଦିନ୩ ଟା ସମୟରେ ଏକ ଲୁନାରେ ତାଙ୍କ ଘରକୁ ଫେରୁଥିଲେ । ଏକ ଚିପ୍ସ ବୋଝେଇ ହାଇୱା ରାସ୍ତା ଉପରକୁ ଆସୁଥିବା ସମୟରେ ତାଙ୍କୁ ଧକ୍କା ଦେଇ ଥିଲା ।ଫଳରେ ଗୁରୁତ ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା ।

ଚିକିତ୍ସିତ ଅବସ୍ଥାରେ ସେଠାରେ ସେ ମୃତ୍ୟୁ ବରଣ କରିଛନ୍ତି । ଏପଟେ ଦୁର୍ଘଟଣା ଘଟାଇ ହାଇୱା ଚାଳକ ଗାଡି ଚାବି ନେଇ ରାସ୍ତା ଉପରେ ଗାଡି ଛାଡି ଫେରାର ହୋଇଯାଇଛି । ବାଘମାରୀ ଥାନା ଅଧିକାରୀ ପ୍ରଜ୍ଞା ରିତମ୍ବରା କର ଘଟଣା ସ୍ଥଳରେ ପଂହଁଚି ଗାଡିଟିକୁ ଜବତ କରି ଥାନାକୁ ଆଣିଛନ୍ତି । ବାନାମ୍ବରସାହୁଙ୍କ ପୁଅ ମନୋଜ ସାହୁ ବାଘମାରୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି ।

Comments are closed.