www.samajalive.in
Sunday, December 7, 2025
26.1 C
Bhubaneswar

କରୋନା କଟକଣାକୁ ମାନୁନାହାନ୍ତି ଲୋକେ, ବ୍ଲକ ପ୍ରଶାସନର କାର୍ଯ୍ୟାନୁଷ୍ଠାନ ଶୁନ 

ବେଗୁନିଆ : ସାରା ବିଶ୍ୱ କରୋନା ମହାମାରୀ କବଳରେ ରହିଥିବାବେଳେ ଏହା ପୁଣିଥରେ ଆମ ଦେଶରେ ଘାତକ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଆହୁରି ଅଧିକ ସଂକ୍ରାମକ ହୋଇଥିବାରୁ ପୂର୍ବାପେକ୍ଷା କଟକଣା ଅଧିକ ଶକ୍ତ କରାଯିବାର ଆବଶ୍ୟକତା ରହିଛି । ଏହାକୁ ଦୃଷ୍ଟିରେ ରଖି ସରକାର କରୋନା କଟକଣାକୁ କଡାକଡି ପାଳନ ନିମନ୍ତେ ଅଧିକାରୀମାନଙ୍କୁ ନିର୍ଦେଶ ମଧ୍ୟ ଦିଆଯାଇଛି । ଏପରିକି କଟକଣା ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ ପାଇଁ ମଧ୍ୟ ନିର୍ଦେଶ ରହିଛି। ହେଲେ ବେଗୁନିଆ ବ୍ଲକର ବିଭିନ୍ନ ହାଟ, ବଜାର ମାନଙ୍କରେ ଲୋକମାନେ କରୋନା କଟକଣା ମାନୁନଥିବା ଦେଖିବାକୁ ମିଳୁଛି। କିନ୍ତୁ ବେଗୁନିଆ ବ୍ଲକ ପ୍ରଶାସନ ତରଫରୁ କରୋନା କଟକଣା ଉପରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବା ଦେଖିବାକୁ ମିଳିଛି। ଫଳରେ ବୁଦ୍ଧିଜୀବି ମହଲରେ ଉଦବେଗ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ବେଗୁନିଆ ବ୍ଲକ ଅଂଚଳରେ ବିଭିନ୍ନ ଛକରେ ଥିବା ଦୋକାନ ମାନଙ୍କରେ ଦୋକାନୀ ଓ ଗ୍ରାହକ ବିନା ମାସ୍କରେ ସାମାଜିକ ଦୂରତା ନରଖି ଦୋକାନ ବଜାର ଖୋଲି କିଣାବିକା କରୁଛନ୍ତି । ତେଣୁ ପୋଲିସ ପ୍ରଶାସନ ଲୋକମାନଙ୍କୁ ସଚେତନ କରାଇବାରେ ସେତେଟା ସଫଳ ହୋଇଥିବା ଦେଖିବାକୁ ମିଳୁନାହିଁ । ସ୍ଥାନୀୟ ପୋଲିସ ପ୍ରଶାସନ ଏ ଦିଗରେ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ଜରୁରୀ ହୋଇପଡିଛି ବୋଲି ସ୍ଥାନୀୟ ଅଞ୍ଚଳରେ ମତ ପ୍ରକାଶ ପାଇଛି । ବ୍ଲକର ବିଡିଓ, ତହସିଲଦାର ଏବଂ ଥାନା ଅଧିକାରୀଙ୍କୁ କରୋନା କଟକଣା ଓ ଯାଞ୍ଚ ଉପରେ ଜିଲ୍ଲାପାଳ କ୍ଷମତା ପ୍ରଦାନ କରାଯାଇଛି। ସେହି ଦୃଷ୍ଟିରୁ ଅଧିକାରୀମାନେ ଅମାନିଆମାନଙ୍କୁ ସାବାଡ଼ କରିବା ଜରୁରୀ ହୋଇପଡିଛି ବୋଲି ସାଧାରଣରେ ହେଉଥିବା ଆଲୋଚନାରୁ ଜଣାପଡିଛି। ଅନ୍ୟପଟେ ବେଗୁନିଆ ତହସିଲ କାର୍ୟ୍ୟାଳୟ ପକ୍ଷରୁ ତହସିଲଦାର ପୃଥ୍ୱୀରାଜ ମଣ୍ଡଳ ବିଭିନ୍ନ ସମୟରେ କର୍ମଚାରୀମାନଙ୍କୁ ଧରି ଛକ ଜାଗା ଏବଂ ରାସ୍ତା ଉପରେ ମାସ୍କର ଘନ ଘନ ଚେକିଂ ସହିତ ଲୋକମାନଙ୍କୁ ସଚେତନ କରୁଥିବାର ଦେଖିବାକୁ ମିଳୁଛି। ବେଗୁନିଆ ପୋଲିସ କେତେବେଳେ କେମିତି ମାସ୍କ ଚେକିଂ କରୁଥିବାବେଳେ ଗ୍ରାମାଞ୍ଚଳରେ ମଧ୍ୟ କଡାକଡି ଚେକିଂ ପାଇଁ ବିଭିନ୍ନ ମହଲରୁ ଦାବୀ ହେଉଛି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories