ପଣ୍ଡିତ ନୀଳକଣ୍ଠ ରଥଶର୍ମାଙ୍କ ସ୍ମୃତିଚାରଣ ଓ ଶ୍ରଦ୍ଧାର୍ପଣ ସମାବେଶ

ବେଗୁନିଆ: ସୁନାମଧନ୍ୟ ଲେଖକ, ବିଶିଷ୍ଟ ବିଦ୍ୱାନ ତଥା ରାଜ୍ୟ ସମ୍ମାନପ୍ରାପ୍ତ ଶିକ୍ଷକ ପଣ୍ଡିତ ସ୍ବର୍ଗତ ନୀଳକଣ୍ଠ ରଥଶର୍ମାଙ୍କ ଦଶାହ ପାଳନ ଅବସରରେ ଆଜି ଅପରାହ୍ନରେ ତାଙ୍କ ବେଗୁନିଆ ନୂଆସାହିସ୍ଥିତ ବାସଭବନ ପରିସରରେ ସ୍ମୃତିଚାରଣ ଓ ଶ୍ରଦ୍ଧାର୍ପଣ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟାପକ ଡ଼ଃ ମୃତ୍ୟୁଞ୍ଜୟ ରଥଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଅଖିଳେଶ ପ୍ରସାଦ ପଣ୍ଡା ସଭାପତିତ୍ୱ କରିଥିଲେ । ଅତିଥି ଭାବେ ଅବସରପ୍ରାପ୍ତ ଅଧ୍ୟକ୍ଷ ଡ଼ଃ ହରିପ୍ରସାଦ ଦାସ, ଡାକ୍ତର ଅମରେନ୍ଦ୍ରନାଥ ମହାପାତ୍ର, ପ୍ରଫେସର ରବୀନ୍ଦ୍ରନାଥ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ଉତ୍ସବର ଶୁଭ ଉଦଘାଟନ କରାଯାଇଥିଲା । ପଣ୍ଡିତଜୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ ଓ ଶ୍ରଦ୍ଧା କୁସୁମ ଅର୍ପଣ କରାଯାଇଥିଲା।ଦିବଂଗତ ଆତ୍ମାର ସଦଗତି ନିମନ୍ତେ ପ୍ରଥମେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ପ୍ରଫେସର ଶ୍ରୀ ପାଣିଗ୍ରାହୀ ସ୍ୱରଚିତ ଶ୍ରଦ୍ଧାଞ୍ଜଳି ସଙ୍ଗୀତ ପରିବେଷଣ କରିଥିଲେ । ପଣ୍ଡିତ ବିନୋଦ ଦାସ ବେଦ ପାଠ କରିଥିଲେ । ପ୍ରାଧ୍ୟାପକ ପ୍ରଫୁଲ୍ଲ କୁମାର ସୁବୁଦ୍ଧି, ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ଦାଶ, ବିଭୁତିଭୂଷଣ ମହାପାତ୍ର, ଭାଗିରଥି ପରିଡା, ଦୀନବନ୍ଧୁ ଦାଶ, ପ୍ରତିମା ପ୍ରଧାନ, ସୁରେନ୍ଦ୍ର ସୁବୁଦ୍ଧି, ବ୍ରହ୍ମ।ନନ୍ଦ ରାଜଗୁରୁ, ଜଗଦୀଶ ପାତ୍ର ଏବଂ ରଞ୍ଜନ କର ପ୍ରମୁଖ ପଣ୍ଡିତଜୀଙ୍କ ଉଦେଶ୍ୟରେ ସ୍ମୃତି ଚାରଣ କରି ସେମାନଙ୍କ ବକ୍ତବ୍ୟରେ ପଣ୍ଡିତଜୀଙ୍କର ଗୁଣ କୀର୍ତ୍ତନ କରିଥିଲେ । ଶେଷରେ ସୁଶ୍ରୀ ସଂଘମିତ୍ରା ରଥ ଧନ୍ୟବାଦ ଅର୍ପଣ କରିଥିଲେ।

kalyan agarbati

Comments are closed.