www.samajalive.in
Saturday, December 6, 2025
17.1 C
Bhubaneswar

ସୁନ୍ଦରୀ ପ୍ରତିଯୋଗିତାରେ କନ୍ଧମାଳ ଝିଅ ; ମେଲିସାଙ୍କୁ ବଢୁଛି ସହାୟତାର ହାତ

ଫୁଲବାଣୀ : ଜାତୀୟ କିଶୋରୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ କନ୍ଧମାଳ ଜିଲା ରାଇକିଆ ବ୍ଳକ ମାଣିକେଶ୍ୱର ପଂଚାୟତର ଗୁନ୍ଧାଣୀ ଗ୍ରାମର ଝିଅ ମେଲିସା ନାୟକ ମନୋନୀତ ହୋଇଛନ୍ତି। ଗତ ଦିନରେ ମିସ୍ ଟିମ୍ ଡ଼ିଭାରେ ସାମିଲ୍ ହେବା ପାଇଁ ଗତ ସେପ୍ଟେମ୍ବର ମାସରେ ଅନ୍ ଲାଇନ୍ ମାଧ୍ୟମରେ ପରୀକ୍ଷା ଦେଇଥିଲେ। ଯେଉଁଥିରେ ସେ ସଫଳ ହୋଇଥିବା ନେଇ ତାଙ୍କୁ ସୂଚନା ମିଳିଥିଲା। ପ୍ରତିଯୋଗିତରେ ଭାରତର ବିଭିନ୍ନ ଅଞ୍ଚଳରେ ପ୍ରାୟ ୩ ହଜାର ପ୍ରତିଯୋଗି ସାମିଲ୍ ହୋଇଥିବା  ବେଳେ ୨୫ ଜଣ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବାର ମେଲିସା ପ୍ରକାଶ କରିଛନ୍ତି। ତେବେ ଏହାର ପରବର୍ତ୍ତୀ ବିଭିନ୍ନ ପର୍ଯ୍ୟୟ ପାଇଁ ଅର୍ଥର ଆବଶ୍ୟକତା ଥିବା ବେଳେ ବର୍ତ୍ତମାନ ମେଲିସାଙ୍କ ପାଇଁ ଅର୍ଥ ସାଜିଛି ବାଧକ ନେଇ ସେ ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ ପରେ ଏବେ ବିଭିନ୍ନ ମହଲରେ ତାଙ୍କ ମିଳିଛି ସହାୟତାର ହାତ। ଆଜି ରାଇକିଆ ବି.ଡ଼ି.ଓ ପ୍ରବୀଣ କୁମାର ବାଣୁଆ ବ୍ୟକ୍ତିଗତ ଭାବେ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ପୂର୍ବରୁ ରାଇକିଆରେ ପୂର୍ବତନ ବି.ଡ଼ି.ଓ ଏବଂ ବାଲିଗୁଡ଼ା ପୂର୍ବତନ ବିଧାୟକ ରାଜିବ ପାତ୍ର ଓ ଅନ୍ୟମାନେ ମଧ୍ୟ ସହଯୋଗର ହାତ ବଢାଇଛନ୍ତି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories