www.samajalive.in
Friday, December 5, 2025
20.1 C
Bhubaneswar

ବ୍ୟକ୍ତିଗତ ଜାଗାରେ ସରକାରୀ ପ୍ରକଳ୍ପ : ଆଇଟିଡ଼ିଏ କନିଷ୍ଠ ଯନ୍ତ୍ରୀଙ୍କ ପାଇଁ ଅଡୁଆରେ ଠିକାଦାର

ବଡ଼ସାହି : ସରକାରୀ ପ୍ରକଳ୍ପ ବ୍ୟକ୍ତିଗତ ଜାଗା ବା ଜମିରେ ନିର୍ମାଣକୁ ନେଇ ଠିକାଦାର ବର୍ତ୍ତମାନ ଅଡୁଆରେ ପଡ଼ିଛନ୍ତି। ସରକାର ପ୍ରକଳ୍ପ ନିର୍ମାଣ ପୂର୍ବରୁ ଜାଗା ବା ଜମି ସରକାରୀ ଥିବା ଜରୁରୀ। ତଦନୁଯାୟୀ ଜିଓ ଟ୍ୟାଗ ନିୟମାବଳୀ ମଧ୍ୟ ରହିଛି। କିନ୍ତୁ କନିଷ୍ଠଯନ୍ତ୍ରୀଙ୍କ ଭୁଲ ପାଇଁ ବର୍ତ୍ତମାନ ୨-୨ଟି ପ୍ରକଳ୍ପର ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ କାର୍ଯ୍ୟ ସମ୍ପାଦନ କରିଥିବା ଠିକାଦାର ଅଡୁଆରେ ପଡ଼ିଛନ୍ତି। ଘଟଣା ଘଟିଛି ମୟୂରଭଞ୍ଜ ବଡସାହି ବ୍ଲକ ଅଧୀନ କୋଚିଳାଖୁଣ୍ଟା ଓ ଶିଆଳିଘାଟୀ ପଞ୍ଚାୟତରେ।
ଉଭୟ ପଞ୍ଚାୟତର ବାଘମରା ଓ ଭଞ୍ଜବାଟୀ ଗ୍ରାମରେ ଆଦିବାସୀ ଉନ୍ନୟନ ପରିଷଦ ପକ୍ଷରୁ ୨୦୧୮-୧୯ ଆର୍ଥିକ ବର୍ଷରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସାଂସ୍କୃତିକ ଗୃହ ନିର୍ମାଣ ହୋଇଛି। ମାତ୍ର କାର୍ଯ୍ୟକାରୀ ହୋଇଥିବା ୨ଟି ସାଂସ୍କୃତିକ ଗୃହ ନିର୍ମାଣରେ ବିଭିନ୍ନ ପ୍ରକାର ଅନିୟମିତତା ହୋଇଥିବାର ଅଭିଯୋଗକୁ ନେଇ ଜୁନ ମାସରେ ‘ସମାଜ’ରେ ପୃଥକ ଅନୁସନ୍ଧାନ ମୂଳକ ଖବର ପ୍ରକାଶ ପାଇଥିଲା। ଏହା ବ୍ୟତିତ ତତ୍କାଳୀନ ବିଭାଗୀୟ ଯନ୍ତ୍ରୀ ସନ୍ତୋଷ ଦାସଙ୍କ ବୟାନ ଏହାକୁ ଅଧିକ ବିବାଦୀୟ କରି ଦେଇଥିଲା। ଖୋଦ ସେ ଏ କାମ ବିଷୟରେ କିଛି ଜାଣି ନ ଥିବା କିମ୍ବା ଲେ-ଆଉଟ ଦେଇ ନ ଥିବାର ପ୍ରକାଶ କରିବା ସହିତ ଖବର ପ୍ରକାଶ କରିବା ପାଇଁ କହିବାର ଏକ କଥୋପକଥନ ଭାଇରାଲ ହୋଇଥିଲା। ଏପରିକି ସହକାରୀ ଯନ୍ତ୍ରୀ ମଧ୍ୟ ଛାତ ପଡ଼ି ସାରିଥିଲେ ହେଁ ସେ କାମ ସମ୍ପର୍କରେ କିଛି ଜାଣି ନ ଥିଲେ। ଫଳରେ ଏହି ପ୍ରସଙ୍ଗକୁ ନେଇ କାମ କରୁଥିବା ଠିକାଦାର ଦ୍ୱୟ ବିଲ ନ ପାଇ ହଇରାଣ ହରକତ ହେଉଥିବା ବେଳେ ପୁଣି ଏକ ନୂଆ ବିବାଦ ଏଥିରେ ଯୋଡି ଯାଇଛି।

ବାଘମରା ସାଂସ୍କୃତିକ ଗୃହଟି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜାଗାରେ ନିର୍ମାଣ ହୋଇଥିବା ବେଳେ ଭଞ୍ଜବାଟି ଗୃହଟି ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାର ଅଭିଯୋଗ ହୋଇଛି। ବାଘମରା ସାଂସ୍କୃତିକ ଗୃହ ସମ୍ପର୍କରେ ଶିଶିର ଦାଶ ନାମକ ଜଣେ ବ୍ୟକ୍ତି ୫ଟି ସଚିବ, କମିଶନର ତଥା ପ୍ରମୁଖ ସଚିବ ଏଚ ଏଣ୍ଡ ଟିଡବ୍ଲୁ, ଆରଡିସି ,କଟକ, ଜିଲାପାଳ ମୟୂରଭଞ୍ଜ ଓ ପିଏ ଆଇଟିଡିଏ ବାରିପଦାଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆବଶ୍ୟକ ପଡ଼ିଲେ ସେ କୋର୍ଟର ଆଶ୍ରୟ ନେବେ ବୋଲି ପ୍ରକାଶ କରିଛନ୍ତି। ପିଏ ଏହାର ତଦନ୍ତ କରିବେ ବୋଲି ଅଭିଯୋଗକାରୀ ଶ୍ରୀ ଦାସଙ୍କୁ ପ୍ରତିଶୃତି ଦେଇଛନ୍ତି। ମାତ୍ର ତଦନ୍ତ ସମୟର ଜଣେ ରେଭିନ୍ୟୁ ଅଫିସରଙ୍କୁ ସାଙ୍ଗରେ ଆଣି ଉକ୍ତ ସ୍ଥାନର ମାପ କରିବାକୁ ସେ ଦାବି କରିଛନ୍ତି। ସେହିପରି ଭଞ୍ଜବାଟି ସାଂସ୍କୃତକ ଗୃହଟି ମଧ୍ୟ ଜଙ୍ଗଲ ଜମିରେ ନିର୍ମାଣ ହୋଇଥିବାର ଗ୍ରାମବାସୀ ପ୍ରକାଶ କରିଛନ୍ତି। କାର୍ଯ୍ୟକାରୀ ହେଉଥିବା ଏହି କାମ ଗୁଡିକ ବିଭାଗୀୟ ଭାବେ ବିନା ଲେ-ଆଉଟରେ କାମ ହୋଇଥିବା ବେଳେ କୌଣସି ଦିନ କନିଷ୍ଠ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କ ଦେଖା ନ ଥିଲା। ଯାହା ଫଳରେ ଠିକାଦାର ନିମ୍ନ ମାନର ଇଟା, ସିମେଣ୍ଟ ଓ ରଡ ବ୍ୟବହାର କରି କାମ ଗୁଡିକ କରୁଥିବାର ଅଭିଯୋଗ ହୋଇଥିଲା। ସେହିପରି ମୂଳଦୁଆ ଓ ଢଳେଇ କାମରେ ମଧ୍ୟ ଚିପ୍ସ, ବାଲି ଓ ସିମେଣ୍ଟ ଭାଗ ମାପରେ ବ୍ୟାପକ ଅନିୟମିତତା କରାଯାଇଛି। ଯାହା ଫଳରେ ଏହି ଘର ଗୁଡିକର ସ୍ଥାୟୀତ୍ୱ ନେଇ ଅଭିଯୋଗ ଉଠିଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା କାମଟି ବିଭାଗୀୟ ଭାବେ ହେଉଥିବା ବେଳେ ଯନ୍ତ୍ରୀ କି ସହକାରୀ ଯନ୍ତ୍ରୀଙ୍କ ପାଖରେ କିଏ କାମ କରୁଛି ତାର ସୂଚନା ନଥିଲା। ବାଘମରା ଓ ଭଞ୍ଜବାଟି ଛାତ ଢଳେଇ ଦିନ ଜଣେ ବ୍ୟକ୍ତି କାରରେ ଆସି ଅଳ୍ପ ସମୟ ରହି ଫେରି ଯାଇଥିବାର ଲୋକ ମାନେ ପ୍ରକାଶ କରିଥିଲେ। ଯନ୍ତ୍ରୀ କିମ୍ବା ସହକାରୀ ଯନ୍ତ୍ରୀଙ୍କ ପାଖରେ କାମ ସମ୍ପର୍କରେ ସୂଚନା ନଥିବା ବେଳେ କାମ ଦେଖିବାକୁ ଆସିଥିବା ଏହି ଲୋକ କିଏ ବୋଲି ସେତେବେଳ ଚର୍ଚ୍ଚା ହୋଇଥିଲା। ଏ କାମରେ ବିଲ ପୈଠ ପାଇଁ ରାଜନୈତିକ ଚାପ ପଡୁଛି। କାମ ବିଷୟରେ କିଛି ଜାଣି ନ ଥିବାର କହୁଥିବା ତତ୍କାଳୀନ ଯନ୍ତ୍ରୀ ଏହି ଦୁଇଟି କାମର ଫାଇଲ ନିଜ ପାଖରେ ରଖିଥିବା ବେଳେ ଆଗକୁ କ’ଣ ପଦକ୍ଷେପ ନେଉଛନ୍ତି, ତାହାକୁ ଅଭିଯୋଗକାରୀ ଅପେକ୍ଷା କରି ରହିଛନ୍ତି। ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟତା ଜଣାପଡ଼ିବ ବୋଲି ସେମାନେ କହିଛନ୍ତି।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories