www.samajalive.in
Saturday, December 6, 2025
15.1 C
Bhubaneswar

କୃଷି ବିଲ୍‍କୁ ବିରୋଧ କରି ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ସମାବେଶ

ଭୁବନେଶ୍ଵର: କେନ୍ଦ୍ରରେ ନରେନ୍ଦ୍ର ମୋଦି ସରକାର ଆଣିଥିବା କୃଷି ବିଲ ବିରୋଧରେ ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ପକ୍ଷରୁ  ଚାଷୀ ସମାବେଶ ଅନୁଷ୍ଠିତ ହୋଇଛି।  ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ନେତୃତ୍ୱରେ ଶହ ଶହ କଂଗ୍ରେସ କର୍ମୀ ଏବଂ ଚାଷୀ ସେମାନଙ୍କ ଟ୍ରାକ୍ଟର ଓ ହଳଲଙ୍ଗଳ ଧରି ଅଭିନବ ଉପାୟରେ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଥିଲେ। କୃଷି ବିଲ୍‍ ଆଇନ୍‍ର ପ୍ରତ୍ୟାହାର ଦାବିରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ତହସିଲ୍‍ଦାରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏହି କୃଷି ବିଲ୍‍ ପାରିତ ହେବା ଦ୍ୱାରା କୃଷକମାନେ କେତେ ଯେ ହଇରାଣ ହରକତ ହେବେ ବୋଲି ବିଧାୟକ ସୁରେଶ କୁମାର ରାଉତରାୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ତ୍ରୀବ୍ର ସମାଲୋଚନା କରିଥିଲେ। ଓଡିଶାରେ କଂଗ୍ରେସ ସରକାର ସମୟରେ ଚାଷୀମାନଙ୍କର ଅଭୂତପୂର୍ବ ଉନ୍ନତି ହୋଇଥିଲା। କୃଷି ଶିଳ୍ପ ସାଂଗକୁ ଜଳସେଚନ ବ୍ୟବସ୍ଥାକୁ ମଜବୁତ କରାଯାଇଥିଲା। ଦିର୍ଘ ୨୧ ବର୍ଷ ଧରି ଏଠାରେ ଶାସନ କରୁଥିବା ନବୀନ ସରକାର ଚାଷୀ ତଥା କୃଷି କ୍ଷେତ୍ରକୁ ଅବହେଳା କରିଛନ୍ତି। ଏହି ଚାଷୀବିଲ୍‍ ପାରିତ ହେବା ପରେ ଚାଷୀମାନେ ତାଙ୍କ ଖାଦ୍ୟଶସ୍ୟର ଉପଯୁକ୍ତ ମୂଲ୍ୟ ନପାଇବାରୁ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସାଧାରଣ ଜନତା ବି ଏଥିରୁ ତ୍ରାହି ପାଇନାହାନ୍ତି। ବର୍ତମାନ ଅତ୍ୟାବଶ୍ୟକୀୟ ସାମଗ୍ରୀ, ଫଳ, ପନିପରିବା ଦର ହୁ ହୁ ହୋଇ ବଢ଼ିଚାଲିଛି। ରାଜ୍ୟରେ କରୋନା ମହାମାରୀ ବର୍ତମାନ ସଂକଟ ପରିସ୍ଥିତି ଦେଇ ଗତି କରୁଥିବା ବେଳେ ସାଧାରଣ ଲୋକଟିଏ ଜୀବନ ବଂଚାଇବା ପାଇଁ ସଂଘର୍ଷ କରୁଛି। ଏହି ସମୟରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ବଢ଼ିବା ତାଙ୍କ ଉପରେ ବୋଝ ଉପରେ ନଳିତାବିଡା ସଦୃଶ ହୋଇଛି। ତେଣୁ ଏହି କଳା କୃଷି ବିଲ୍‍ ଆଇନ୍‍କୁ ସମସ୍ତ ଜନସାଧାରଣ ବିରୋଧ କରିବା ଉଚିତ୍‍ ବୋଲି ଶ୍ରୀ ରାଉତରାୟ ତାଙ୍କ ଉଦ୍‍ବୋଧନରେ କହିଥିଲେ।
ଆଜିର ସମାବେଶରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ  ଶୁଭେନ୍ଦୁ ମହାନ୍ତି, ପ୍ରଦୀପ ସ୍ୱାଇଁ, ପ୍ରଦୀପ ସାହୁ, ଶିଶିର ପରିଡା, ସଂଗ୍ରାମ ରାଉତରାୟ, ସୁନିଲ୍‍ ରାଉତରାୟ, ସୁଧାଂଶୁ ମୋହନ ପଟ୍ଟନାୟକ, ତ୍ରିଲୋଚନ ପ୍ରଧାନ, ତପନକାନ୍ତ ଚକ୍ରବର୍ତୀ, ଅମିତ୍‍ ମହାନ୍ତି, କଳିଙ୍ଗ ସାହୁ, ନୌସର ଅଲ୍ଲୀ, ବୃନ୍ଦାବନ ସାହୁ, ଅନନ୍ତ ବେହେରା, ବାବୁଲି ରାଉତରାୟ, ଦିବାକର ବେହେରା, ପଦୁ ରାୟ, ସଂଜୟ ପଟ୍ଟନାୟକ, ଜୟକୃଷ୍ଣ ମଲିଆ, ସ୍ୱାଗତ କର, ବଟକୃଷ୍ଣ ରାଉତରାୟ, ଜୟନ୍ତ ଭୋଇ, ପ୍ରସାଦ ବଳିୟାରସିଂ, କାଳନ୍ଦି ଚରଣ ନାୟକ, ସୁବାସ ପାତ୍ର ପ୍ରମୁଖ ଶତାଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories