www.samajalive.in
Saturday, December 6, 2025
15.1 C
Bhubaneswar

ବିଶ୍ୱ ହାତ ଧୁଆ ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଂଚାୟତ ସଭାଗୃହ ଠାରେ ଆଜି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓଭା ପକ୍ଷରୁ ବିଶ୍ୱ ହାତ ଧୁଆ ଦିବସ ପାଳିତ ହୋଇଯାଇଛି। ବ୍ଳକର ବିଭିନ୍ନ ପଂଚାୟତର ଆଶା କର୍ମୀ , ୱାର୍ଡ଼ ସଦସ୍ୟ , ସଦସ୍ୟ ଓ ନିର୍ମାଣ ଶ୍ରମିକ ଓ ଅନ୍ୟମାନେ ଯୋଗଦେଇ ଏହି ଦିବସ ସଂପର୍କରେ ଆଲୋଚନା କରିଥିଲେ। ମୁଖ୍ୟ ଅତିଥିଭାହେବ ବ୍ଳକ ଅଧ୍ୟକ୍ଷା ରୁଦା ମଲିକ , ସମ୍ମାନିତ ଅତିଥିଭାବେ ଦାରିଙ୍ଗବାଡ଼ି ସରପଂଚ ରାଧାକାନ୍ତ ପ୍ରଧାନ , ବିଜୁ ଯୁବ ବାହିନିର ବ୍ଳକ ସଂଯୋଜକ ଉତ୍କଳନିଧି ନାୟକ , ମୁଖ୍ୟବକ୍ତା ଭାବେ ଗୋଷ୍ଠି ଜନସ୍ୱାସ୍ଥ୍ୟ ଅଦିକାରୀ ଡ଼.ଜାକେଶ ସାମନ୍ତରାୟ ପ୍ରମୁଖ ଯୋଗଦେଇ ହାତସଫା କରିବା ଦ୍ୱାରା କି ଉପକାର ମିଳିଥାଏ ସେ ସଂପର୍କରେ ଆଲୋଚନା କରିଥିଲେ। ଓଭାର ସଂପଦାକ କ୍ଷମାକର ସ୍ୱାଇଁ ସଭାକାର୍ଯ୍ୟ ପରିଚାଳନା କରିଥିବା ବେଳେ ନିର୍ମାଣ ଶ୍ରମିକ ସଗଂନର ଅଧ୍ୟକ୍ଷ ପ୍ରକାଶ ଦିଗାଲ ସଂଯେଜାନା ଓ ଓଭାର ଜିଲା ସଂଯୋଜକ ପ୍ରଶ୍ନ କୁମାର ବାଗସିଂ ଅତିଥି ପରିଚୟ ଓ  ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ କରୋନା ସଚେତନା ଉପରେ ଏକ ଶପଥପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories