www.samajalive.in
Saturday, December 6, 2025
26.1 C
Bhubaneswar

ଅନେକ ସମସ୍ୟାର ଗୋଟିଏ ସମାଧାନ : ଭେସଲିନ୍

ସାଧାରଣତଃ ଆମେ ସମସ୍ତେ ଭେସଲିନ୍ ପେଟ୍ରୋଲିୟମ୍ ଜେଲିର ବ୍ୟବହାର କରିଥାଆନ୍ତି। ଆମେ ଭାବନ୍ତି ଏହା କେବଳ ଓଠ ଏବଂ ତ୍ବଚା ପାଇଁ ବ୍ୟବହୃତ ହୁଏ। ହେଲେ ଆପଣ ଜାଣି ଆଶ୍ଚର୍ୟ୍ୟ ହୋଇଯିବେ ଯେ, ଭେସଲିନ୍ ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ସୁନ୍ଦର ଶରୀରଠାରୁ ଆରମ୍ଭ କରି ସୁନ୍ଦର କେଶ ପାଇଁ ଭେସଲିନ୍ ଖୁବ୍ ଉପଯୋଗୀ। ତେବେ ଚାଲନ୍ତୁ ଜାଣିବା କେଉଁ ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆମେ ଭେସଲିନକୁ ବ୍ୟବହାର କରିପାରିବା –

ପରଫ୍ୟୁମ୍ ବାସ୍ନାକୁ ଅଧିକ ସମୟ ରଖିବା ପାଇଁ :
ପରଫ୍ୟୁମର ବାସ୍ନାକୁ ଅଧିକ ସମୟ ରଖିବାକୁ ଚାହୁଁଥିଲେ ପରଫ୍ୟୁମ୍ ପକାଇଥିବା ସ୍ଥାନରେ ଅଳ୍ପ ଭେସଲିନ୍ ଲଗାଇ ଶରୀରରେ କିଛି ସମୟ ଘଷନ୍ତୁ। ଏପରି କଲେ ଅଧିକ ସମୟ ଯାଏ ପରଫ୍ୟୁମର ବାସ୍ନା ରହିଥାଏ।

- Advertisement -

ଓଠ ସ୍କ୍ରବ୍ :
ମୁହଁ ସ୍କ୍ରବ୍ ପରି ଓଠ ସ୍କ୍ରବ୍ ମଧ୍ୟ ଆବଶ୍ୟକ ହୋଇଥାଏ। ଭେସଲିନରେ ଅଳ୍ପ ଚିନି ମିଶାଇ ଓଠକୁ ସ୍କ୍ରବ୍ କରି ପାରିବେ। ଏହା ଦ୍ବାରା ଓଠରୁ ମୃତ କୋଷୀକା ବାହାରି ଯାଇଥାଏ।

କେଶ ଫାଟୁଥିଲେ :
ଫାଟିଥିବା କିମ୍ବା ଦୋମୁହାଁ କେଶରୁ ମୁକ୍ତି ପାଇବା ପାଇଁ ଭେସଲିନ୍ ଖୁବ୍ ଉପଯୋଗୀ। ଏଥିପାଇଁ ହାତରେ ଅଳ୍ପ ଭେସଲିନ୍ ନେଇ ଦୁଇ ହାତରେ ଘସି ଦିଅନ୍ତୁ। ଏହା ପରେ ଧୀରେ ଧୀରେ କେଶରେ ଲଗାନ୍ତୁ। ଏହାର କିଛି ସମୟ ପରେ ଶ୍ୟାମ୍ପୁ କରିଦିଅନ୍ତୁ।

ମେକଅପ୍ ହଟାଇବା ପାଇଁ :
ଭେସଲିନକୁ ମେକଅପ୍ ରିମୁଭର୍ ଭାବେ ବ୍ୟବହାର କରିପାରିବେ। ଏଥିପାଇଁ ଚେହେରାରେ ଅଳ୍ପ ଭେସଲିନ୍ ଲଗାଇ ତୁଳାରେ ଧିରେ ଧିରେ ସଫା କରନ୍ତୁ। ଏହା ଦ୍ବାରା ମେକଅପ୍ ଛାଡ଼ିବା ସହ ଚେହେରାର କୋମଳତା ମଧ୍ୟ ବଜାୟ ରହିବ।

ଉକୁଣୀ ଦୂର ହୋଇଥାଏ :
କେଶରୁ ଉକୁଣୀ ସବୁଦିନ ପାଇଁ ଶେଷ କରିବାରେ ଭେସଲିନ୍ ସହାୟକ ହୋଇଥାଏ। କିଛି ସମୟ ପାଇଁ କେଶ ମୂଳରେ ଭେସଲିନ୍ ଲଗାଇ ତା’ପରେ ଶ୍ୟାମ୍ପୁ କରି ଦିଅନ୍ତୁ। ସପ୍ତାହରେ ଦୁଇ-ତିନି ଥର ଏପରି କଲେ ଉକୁଣୀ ସମସ୍ୟାରୁ ମୁକ୍ତି ମିଳିଥାଏ।

ଗୋଇଠି ଫଟାରୁ ମୁକ୍ତି ଦିଏ :
ଗୋଇଠି ଫାଟିଥିଲେ ଶୋଇବା ପୂର୍ବରୁ ପ୍ରତିଦିନ ଭେସଲିନ୍ ଲଗାନ୍ତୁ। ନିୟମିତ ଏପରି କଲେ ଶୀଘ୍ର ଗୋଇଠି ଫଟାରୁ ମୁକ୍ତି ମିଳିଥାଏ।

ସୁସ୍ଥ ନଖ ପାଇଁ :
ପ୍ରାୟ ସବୁ ଝିଅଙ୍କୁ ଲମ୍ବା ନଖ ପସନ୍ଦ। କିନ୍ତୁ ଅନେକ ସମୟରେ ନଖ ଲମ୍ବା କରିବାରେ ସମସ୍ୟା ହୋଇଥାଏ। ଏମିତିରେ ପ୍ରତିଦିନ ନଖରେ ଭେସଲିନ୍ ଲଗାନ୍ତୁ। ଏପରି ନିୟମିତ କଲେ ନଖ ସୁସ୍ଥ ହେବା ସହ ଶୀଘ୍ର ବଢିଥାଏ।

ଟ୍ୟାଟୁ କରିଥିବା ସ୍ଥାନ କୁଣ୍ଡାଇ ହେଉଥିଲେ :
ଯଦି ଟାଟୁ କରିଛନ୍ତି ତେବେ ଏହା ଉପରେ ଭେସଲିନ୍ ଲଗାଇବା ଭୁଲନ୍ତୁ ନାହିଁ। ଏହା ଦ୍ବାରା ଟ୍ୟାଟୁ କରିଥିବା ସ୍ଥାନ କୁଣ୍ଡାଇ ହେଉଥିଲେ ମୁକ୍ତି ମିଳିଥାଏ ଏବଂ ଶୀଘ୍ର ଶୁଖିଥାଏ।

କେଶ ରଙ୍ଗ ତ୍ବଚାରେ ଲାଗିଗଲେ :
କେଶ ରଙ୍ଗ କରୁଥିଲେ ସାମ୍ନାରେ ଥିବା କେଶ ମୂଳରେ ବା ଚେହେରାରେ ଭେସଲିନ୍ ଲଗାନ୍ତୁ। ଏହା ଦ୍ବାରା ରଙ୍ଗ ଆପଣଙ୍କ ତ୍ବଚାରେ ଲାଗିବ ନାହିଁ ଓ ତ୍ବଚା ସୁରକ୍ଷିତ ରହିବ।

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories