www.samajalive.in
Tuesday, December 9, 2025
16.1 C
Bhubaneswar

ବକେୟା ୩ ହଜାର ଟଙ୍କା ଲାଗି ସେଲ୍ କର୍ମଚାରୀଙ୍କୁ ପିଟିପିଟି ମାରିଦେଲା ମାଂସ ଦୋକାନୀ

ବନ୍ଧମୁଣ୍ଡା: ବନ୍ଧମୁଣ୍ଡା ଥାନା ଅନ୍ତର୍ଗତ ତିଲକାନଗର ‘ସି’ ବ୍ଲକ ବସ୍ତିରେ ଉଧାରଟଙ୍କା ଦେଣ ନେଣ ନେଇ ଜଣେ ମାଂସ ବ୍ୟବସାୟୀଙ୍କ ମାଡ଼ରେ ରାଉରକେଲା ଇସ୍ପାତ କାରଖାନାର ଜଣେ କର୍ମଚାରୀଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଭାଇ ଏ ନେଇ ବନ୍ଧମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି।

ଘଟଣାରୁ ପ୍ରକାଶ ଯେ ପ୍ରାୟ ୫୮ ବର୍ଷୀୟ ସେଲ୍‌ କର୍ମଚାରୀ ପଦ୍ମଲୋଚନ ପୁର୍ତ୍ତୀ ଉକ୍ତ ଅଞ୍ଚଳରେ ରହୁଥିବା ମାଂସ ବ୍ୟବସାୟୀ ଦେବାଶିଷ ସାହୁଙ୍କ ଠାରୁ କିଛି ଦିନ ତଳେ ୩ହଜାର ଟଙ୍କାର ମାଂସ (ମଟନ୍‌) ଉଧାର ନେଇଥିଲେ। ଧାର୍ଯ୍ୟ ସମୟ ମଧ୍ୟରେ ବାକି ଟଙ୍କା ନଶୁଝିବାରୁ ଗୁରୁବାର ସକାଳ ୯ଟାରେ ଦେବାଶିଷ ପଦ୍ମଲୋଚନଙ୍କ ଘରକୁ ପହଞ୍ଚି ତାଙ୍କ ସହିତ ମାଡ଼ପିଟ କରିଥିଲେ। ପରେ ପୁଣି ଏକ ଖୁଣ୍ଟରେ ବାନ୍ଧି ଲାଠି ସାହାଯ୍ୟରେ ପଦ୍ମଲୋଚନଙ୍କୁ ନିର୍ମମ ପ୍ରହାର କରିଥିଲା। ଏଥିରେ ପଦ୍ମଲୋଚନ ଗୁରୁତର ଭାବେ ଆହତ ହୋଇଥିଲେ। ପାଖପଡ଼ୋଶୀ ତାଙ୍କୁ ଉଦ୍ଧାର କରି ଘରକୁ ନେଇଯାଇଥିଲେ। ଶନିବାର ରାତ୍ରୀରେ ପଦ୍ମଲୋଚନଙ୍କ ମୃତ୍ୟୁ ହୋଇଯାଇଥିଲା।

- Advertisement -

ଏହା ପରେ ପଦ୍ମଲୋଚନଙ୍କ ଭାଇ କମଳ ପୁର୍ତ୍ତୀ ରବିବାର ସକାଳେ ବନ୍ଧମୁଣ୍ଡା ଥାନାରେ ପହଞ୍ଚି ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଥାନା ଅଧିକାରୀ ଦେବେନ୍ଦ୍ର ନାଥ ପିଙ୍ଗୁଆ ମାମଲା ରୁଜୁ କରି ତଦନ୍ତ କରିଥିଲେ। ଜୋନାଲ ଡିଏସ୍‌ପି ଅସୀମ ପଣ୍ଡା ଘଟଣା ସ୍ଥଳରେ ପହଞ୍ଚିଥିଲେ। ଆରୋପି ଦେବାଶିଷ ଫେରାର ହୋଇଯାଇଥିବା ବେଳେ ଖୁବ ଶୀଘ୍ର ସେ ଧରାପଡ଼ିବ ବୋଲି ଡିଏସ୍‌ପି ଓ ଥାନା ଅଧିକାରୀ ପ୍ରକାଶ କରିଛନ୍ତି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ୩ହଜାର ଟଙ୍କା ପାଇଁ ଏଭଳି ମାଡ଼ ପିଟ ଓ ଜଘଣ୍ୟକାଣ୍ଡକୁ ନିନ୍ଦା କରିଛନ୍ତି। ଦେବାଶିଷକୁ ଶୀଘ୍ର ଗିରଫ ପାଇଁ ଦାବି କରିଛନ୍ତି। ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।

Hot this week

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

ଟଙ୍କାର ବିନିମୟ ମୂଲ୍ୟ ଆଉ ୧୬ ପଇସା କମିଲା

ନୂଆଦିଲ୍ଲୀ, ୮ା୧୨: ସୋମବାର ଆମେରିକୀୟ ଡଲାର ତୁଳନାରେ ଟଙ୍କା ୧୬ ପଇସା...

କଟାମୁଣ୍ଡ ପାଇଁ ଲଙ୍କାକାଣ୍ଡ: ଏମଭି -୨୬ ଗାଁ ଛାରଖାର

ମାଲକାନଗିରି/କୋରୁକୋଣ୍ଡା: ମାଲକାନଗିରି ଜିଲା କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୋଟେରୁ ନଦୀର ଡୁଡାମେଟଲା...

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

Related Articles

Popular Categories