ଫୁଲ ତୋଳିବାରୁ ଶାଶୂଙ୍କୁ ମାଡ଼

0

କୋଲକତା: ବୋହୂଙ୍କ ବିନାନୁମତିରେ ବାଡ଼ିରୁ ଫୁଲ ତୋଳିବା ଶାଶୂଙ୍କ ଅପରାଧ? ଏହି ଅପରାଧର ଦଣ୍ଡ ଭୋଗିବାକୁ ପଡ଼ିଛି ୭୫ ବର୍ଷୀୟ ବୃଦ୍ଧାଙ୍କୁ। ଦଣ୍ଡ ଦେଇଛନ୍ତି ତାଙ୍କ ବୋହୂ। କଲକାତାର ଗାରିଆ ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା। ୭୫ ବର୍ଷ ବୟସ୍କ ବୃଦ୍ଧା ଜଣକ ବୋହୂଙ୍କୁ ନ ପଚାରି ବାଡ଼ିରୁ ଫୁଲ ତୋଳିଥିଲେ। ଏହା ହିଁ ଥିଲା ତାଙ୍କ ଅପରାଧ। କିଛି ସମୟ ପରେ ଶାଶୂଙ୍କୁ ଅମାନବୀୟ ଭାବେ ମାଡ଼ ମାରିଥିଲେ ବୋହୂ। ବୃଦ୍ଧାଙ୍କ ଚୁଟି ଟାଣି ତାଙ୍କୁ ମାଡ଼ ମାରୁଥିବା ବେଳେ ପଡ଼ୋଶୀ ସେହି ଦୃଶ୍ୟର ଭିଡିଓ ଚିତ୍ର ଉତ୍ତୋଳନ କରିଥିଲେ। ଭିଡିଓ ଭାଇରାଲ୍‍ ହେବା ପରେ ପୁଲିସ୍‍ ଘଟଣା ସମ୍ପର୍କରେ ଜାଣି ବୃଦ୍ଧାଙ୍କୁ ଉଦ୍ଧାର କରିଛି। ବୋହୂଙ୍କ ନାମରେ ପୁଲିସ ମାମଲା ରୁଜୁ କରିଛି।

Leave A Reply