ଭାଲୁ ଆକ୍ରମଣରେ ଯୁବକ ଅସୁସ୍ଥ

0

ବଡବିଲ : କେନ୍ଦୁଝର ଜିଲା ରୁଗୁଡି ଥାନା ଅର୍ନ୍ତଗତ ରୋଇଡା ଗ୍ରାମରେ ଭାଲୁ ଆକ୍ରମଣର ଖବର ମିଳିଛି। ସୂଚନା ମୁତାବକ ରୋଇଡା ଗ୍ରାମର ସୈନିକ ମୁଣ୍ଡା ନାମକ ଜଣେ ଗ୍ରାମବାସୀ ଭାଲୁ ଆକ୍ରମଣର ଶୀକାର ହୋଇଛନ୍ତି। ସେ ରୋଇଡା ଜଙ୍ଗଲକୁ କାଠ ଆଣିବାକୁ ଯିବା ସମୟରେ ତାଙ୍କୁ ଭାଲୁ ଆକ୍ରମଣ କରିଥିଲା। ଆହତ ସୈନିକ ମୁଣ୍ଡାଙ୍କୁ ବଡବିଲ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

Leave A Reply