www.samajalive.in
Sunday, December 7, 2025
26.1 C
Bhubaneswar

କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ୩୦ ଲକ୍ଷ

ଭଦ୍ରକ : ଭଦ୍ରକରେ ପୁଣି ଲୁଟିଆଙ୍କ ଆତଙ୍କ। ଏଥର ବ୍ୟାଙ୍କ କର୍ମଚାରୀଙ୍କଠାରୁ ୩୦ ଲକ୍ଷ ଟଙ୍କା ଲୁଟ୍‍ ହୋଇଯାଇଛି। ଆଜି ଅପରାହ୍ଣ ପ୍ରାୟ ୩ଟା ୪୫ ମିନିଟରେ ଭଦ୍ରକର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଟଙ୍କା ନେଇ ଜଳଙ୍ଗା ୟୁକୋ ବ୍ୟାଙ୍କକୁ ଯାଉଥିବା ବ୍ୟାଙ୍କ କର୍ମଚାରୀଙ୍କୁ ଭୟଭୀତ କରି ଦୁର୍ବୃତ୍ତମାନେ ୩୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ପୁଲିସର ତଦନ୍ତ ଜାରି ରହିଥିବାବେଳେ ଲୁଟିଆଙ୍କ ପତ୍ତା ମିଳିନାହିଁ। ସୂଚନା ଥାଉକି, ବର୍ଷକ ତଳେ ସହରର ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସମ୍ମୁଖରୁ ୨୩ ଲକ୍ଷ ଟଙ୍କା ଲୁଟ ହୋଇଥିଲା। ଯାହାର ପତ୍ତା ଆଜିଯାଏ ମିଳିନାହିଁ।
ଜଳଙ୍ଗା ୟୁକୋ ବ୍ୟାଙ୍କ ଶାଖାର କ୍ୟାସିୟର ଏବଂ ପିଅନ ଭଦ୍ରକ ବାଇପାସ ଛକରେ ଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ୩୦ ଲକ୍ଷ ଟଙ୍କା ଉଠାଇ ଏକ କାର ଯୋଗେ ଜଳଙ୍ଗା ବ୍ୟାଙ୍କକୁ ଯାଉଥିଲେ। ଏକ ପଲସର ଗାଡିରେ ୩ ଜଣ ଦୁର୍ବୃତ୍ତ ଉକ୍ତ ବ୍ୟାଙ୍କ କର୍ମଚାରୀଙ୍କ ଗାଡିକୁ ଅନୁସରଣ କରୁଥିଲେ। ଭଦ୍ରକ-ଜଳଙ୍ଗା ଗ୍ରାମ୍ୟ ରାସ୍ତାର କୁଆପଦା ଛକ ନିକଟରେ ସେମାନେ ଗାଡିକୁ ଅଟକାଇଥିଲେ। ବନ୍ଧୁକ ଦେଖାଇ ଗାଡିର ଡ୍ରାଇଭରଙ୍କୁ ଭୟଭୀତ କରି ଚାବି ଛଡାଇ ନେଇଥିଲେ। ପରେ ସେମାନେ ଗାଡିରେ ବସିଥିବା କ୍ୟାସିୟର ଓ ପିଅନଙ୍କୁ ଭୁଜାଲି, ବନ୍ଧୁକ ଦେଖାଇ ଭୟଭୀତ କରିଥିଲେ। ସେମାନେ ଭୁଜାଲି ଚୋଟ ମାରିଥିଲେ ବି ତାହା ଗାଡିରେ ବାଜିଥିବା ଜଣାଯାଇଛି। ତେବେ କର୍ମଚାରୀଙ୍କୁ ଭୟଭୀତ କରି ସେମାନେ ଗାଡିରେ ଥିବା ଟଙ୍କା ଭର୍ତ୍ତି ବାକ୍ସ ନେଇ ନିମିଷକ ମଧ୍ୟରେ ଫେରାର ହୋଇଯାଇଥିଲେ। ଦୁର୍ବୃତ୍ତମାନେ ଚଢେଇୟା ରାସ୍ତା ଦେଇ ବାଲେଶ୍ୱର ଆଡକୁ ଯାଇଥିବା ଅନୁମାନ କରାଯାଉଛି।
ଗ୍ରାମାଞ୍ଚଳ ଥାନା, ଟାଉନ ଥାନା ପୁଲିସ କୁଆପଦା ଛକ ନିକଟରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏସପି ରାଜେଶ ପଣ୍ଡିତ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ବିିଭିନ୍ନ ରାସ୍ତାକୁ ସିଲ କରି ପୁଲିସ ଛାନଭିନ କରୁଥିବାବେଳେ ଏହି ରିପୋର୍ଟ ଲେଖାହେବା ଯାଏ କିଛି ସୁରାକ ମିଳିନାହିଁ। ସୂଚନାଯୋଗ୍ୟ ଯେ ଭଦ୍ରକରେ ଗତ ମାସକ ମଧ୍ୟରେ ଲୁଟିଆମାନେ ଏକାଧିକ ସ୍ଥାନରୁ ଲୁଟ କରିସାରିଛନ୍ତି। ଡିଆରଡିଏ କାର୍ଯ୍ୟାଳୟ ନିକଟରେ ଜଣେ ମଦ ଦୋକାନର କର୍ମଚାରୀଙ୍କୁ ହାଣି ଦେଢ଼ ଲକ୍ଷ ଟଙ୍କା ଲୁଟ କରିଥିବା ବେଳେ ଅପର୍ତ୍ତିବିନ୍ଧା ଛକ ନିକଟରେ ଜଣେ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ୧ ଲକ୍ଷ ୨୫ ହଜାର ଟଙ୍କା ଲୁଟ କରିଥିଲେ। ଉଭୟ ଘଟଣାରେ ପୁଲିସର ହାତ ଆଜି ଯାଏ ଖାଲି ରହିଛି। ଦୁଇଟି ଲୁଟ ଘଟଣାରେ ଦୁର୍ବୃତ୍ତମାନେ ପଲ୍‍ସର ଗାଡି ଓ ବନ୍ଧୁକ ବ୍ୟବହାର କରିଥିବାରୁ ଆଜିର ଘଟଣାରେ ସମାନ ଗ୍ୟାଙ୍ଗର ଦୁର୍ବୃତ୍ତ ସଂପୃକ୍ତ ବୋଲି ପୁଲିସ ଅନୁମାନ କରୁଛି।

Hot this week

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

Related Articles

Popular Categories