www.samajalive.in
Friday, December 12, 2025
15.1 C
Bhubaneswar

ମନୋନୟନକାରୀଙ୍କ ଉପରେ ବିସିସିଆଇ ଅସନ୍ତୁଷ୍ଟ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମନୋନୟନକାରୀଙ୍କ ଉପରେ ବିସିସିଆଇ ପଦାଧିକାରୀ ଅସନ୍ତୁଷ୍ଟ ଥିବା ଜଣାପଡ଼ିଛି। ବିଶେଷ କରି ଭାରତୀୟ ଦଳର ବ୍ୟାଟିଂକ୍ରମର ୪ନଂରେ କିଏ ବ୍ୟାଟିଂ କରିବ ସେଥିନେଇ ମନୋନୟନକାରୀ ଜଣେ ନିର୍ଦ୍ଦିଷ୍ଟ ଖେଳାଳିଙ୍କୁ ବର୍ତ୍ତମାନ ସୁଦ୍ଧା ପ୍ରସ୍ତୁତ କରିବାରେ ବିଫଳ ହୋଇଥିବାରୁ ବିସିସିଆଇ ପଦାଧିକାରୀ କ୍ଷୁବ୍ଧ ଥିବା କୁହାଯାଉଛି।
ବିଶ୍ବକପ୍‌ରେ ଭାରତୀୟ ଦଳ ତରଫରୁ ଅଲରାଉଣ୍ଡର ବିଜୟ ଶଙ୍କର ୪ନଂ ସ୍ଥାନରେ ବ୍ୟାଟିଂ କରିବେ ବୋଲି ମୁଖ୍ୟ ମନୋନୟନକାରୀ ଏମ୍‌ଏସ୍‌କେ ପ୍ରସାଦ କହିଥିଲେ। ତେବେ ବିଶ୍ବକପ୍‌ ଆରମ୍ଭରୁ କେଏଲ୍‌ ରାହୁଲ ୪ନଂ ସ୍ଥାନରେ ବ୍ୟାଟିଂ କରିଥିଲେ। ଆଘାତଜନିତ କାରଣରୁ ଧାୱନ୍‌ ବିଶ୍ବକପ୍‌ରୁ ବାଦ୍ ପଡ଼ିବା ପରେ ରାହୁଲ ବ୍ୟାଟିଂ ଓପନ୍‌ କରିଥିଲେ ଏବଂ ବିଜୟ ଶଙ୍କର ୪ନଂ ସ୍ଥାନରେ ବ୍ୟାଟିଂ କରିଥିଲେ। ବିଜୟ ଶଙ୍କର ଆଘାତଜନିତ କାରଣରୁ ବିଶ୍ବକପ୍‌ରୁ ବାଦ୍ ପଡ଼ିବା ପରେ ତାଙ୍କ ସ୍ଥାନରେ ଓପନର୍‌ ମୟଙ୍କ ଅଗ୍ରୱାଲ୍‌ଙ୍କୁ ଭାରତୀୟ ଦଳରେ ସାମିଲ କରାଯାଇଥିଲା।
ଏସବୁ ପ୍ରସଙ୍ଗକୁ ନେଇ ବିସିସିଆଇ ପଦାଧିକାରୀ ମନୋନୟନକାରୀଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ବିସିସିଆଇର ଜନୈକ ପଦାଧିକାରୀ ଏ ସଂପର୍କରେ ମତ ଦେଇ କହିଛନ୍ତି ଭାରତୀୟ ଦଳ କୌଣସି ଗୁରୁତ୍ବପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଚମ୍ପିଆନ୍‌ ହେଲେ ମନୋନୟନକାରୀମାନଙ୍କୁ ଆର୍ଥିକ ପୁରସ୍କାର ମିଳୁଛି। ଏହି କ୍ରମରେ ଦଳର ପରାଜୟ ପାଇଁ ମନୋନୟନକାରୀଙ୍କୁ ମଧ୍ୟ ଦାୟୀ କରାଯିବା ଉଚିତ୍‌। ସେହିପରି ଭାରତୀୟ ଦଳର ମୁଖ୍ୟ ମନୋନୟନକାରୀ ଏମଏସକେ ପ୍ରସାଦ ଦଳ ସହ ବିଭିନ୍ନ ଦେଶର ଗସ୍ତରେ ଯାଉଥିବାରୁ ଦଳ ପାଇଁ କ’ଣ ଆବଶ୍ୟକ ତାହା ଭଲ ଭାବେ ଜାଣିଥିବେ। ଭାରତୀୟ ବ୍ୟାଟିଂକ୍ରମର ୪ନଂ ସ୍ଥାନ ମୁଣ୍ଡବ୍ୟଥାର କାରଣ ପାଲଟିଥିବା ବେଳେ ମୁଖ୍ୟ ମନୋନୟନକାରୀ ଏଥିପ୍ରତି ଦୃଷ୍ଟି ନ ଦେବା ଯୋଗୁଁ ବିସିସିଆଇ ପଦାଧିକାରୀମାନେ ଖୁସି ନାହାନ୍ତି। ସେହିପରି ଜ​‌େ​‌ଣ ଖେଳାଳି ଆଘାତପ୍ରାପ୍ତ ହେଉଥିବା ବେଳେ ତାଙ୍କ ସ୍ଥାନରେ ବଦଳ ଖେଳାଳି ଭାବେ କାହାକୁ ସାମିଲ କରାଯିବ ସେ ନେଇ ମନୋନୟନକାରୀଙ୍କ ନିଷ୍ପତ୍ତି ମଧ୍ୟ ଠିକ୍‌ ଭଳି ଲାଗୁ ନାହିଁ। ଜଣେ ଓପନର୍‌ ଆଘାତପ୍ରାପ୍ତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ମଧ୍ୟଭାଗ ବ୍ୟାଟସମ୍ୟାନଙ୍କୁ ଦଳରେ ସାମିଲ କରାଯାଇଥିବା ବେଳେ ଜଣେ ମଧ୍ୟଭାଗ ବ୍ୟାଟସମ୍ୟାନ୍‌ ଆଘାତପ୍ରାପ୍ତ ହେଲେ ତାଙ୍କ ସ୍ଥାନରେ ଓପନର୍‌ଙ୍କୁ ଦଳରେ ସାମିଲ କରାଯାଉଛି। ଏହା ଏକ ବିଚିତ୍ର ପରିସ୍ଥିିତି ସୃଷ୍ଟି କରିଥିବା ପଦାଧିକାରୀ ଜଣକ କହିଛନ୍ତି। ତେବେ ବିସିସିଆଇର ଆସନ୍ତା ବାର୍ଷିକ ସାଧାରଣ ବୈଠକ ଅନୁଷ୍ଠିତ ନ ହେବା ଯାଏ ୫ ମନୋନୟନକାରୀ ଏମ୍‌ଏସ୍‌କେ ପ୍ରସାଦ, ଦେବାଙ୍ଗ ଗାନ୍ଧି, ଗଗନ ଖୋଡା, ଜତିନ ପାରାଞ୍ଜପେ ଓ ଶରଣଦୀପ ସିଂହ ନିଜ ପଦରେ କାର୍ଯ୍ୟ କରିବେ। କ୍ରିକେଟ୍‌ ପ୍ରଶାସକ କମିଟି (ସିଓଏ) ଖୁବ୍‌ଶୀଘ୍ର ମନୋନୟନକାରୀଙ୍କ ସହ ଆଲୋଚନା କରିବ ବୋଲି ଚର୍ଚ୍ଚା ହେଉଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories